ଫାରୁଶୀ ବାରି ଡାବୁ ସାଲିଆଣ୍ଡ୍ରେନେ ବିସୟ୍
9 ଉଡ଼ି ରେମୁଆଁ ବାବେ ଡିଙ୍ଗ୍ଆର୍କେ ଜେ ମେଇଂ ଦରମ୍ ଲେଃଆର୍କେ । ମେଇଂ ନିଜେ ବିନ୍ଣ୍ଡ୍ରେଇଂ ଆଡ଼ାତ୍ରା ଜାବର୍ ନିମାଣ୍ଡା ଡିଙ୍ଗ୍ ନ୍ଲେଃକେ ରକମ୍ ବେବଆର୍ ଡିଙ୍ଗ୍ଆର୍ଡିଂକେ । ଜିସୁ ଆମେଇଂକେ ନିମାଣ୍ଡା ସାମୁଆଁ ବାସଙ୍ଗ୍ ବେଲା ବିଃକେଲା ଆକେନ୍ ଉଃସ୍ରା ବାସଙ୍ଗ୍କେ ।
14 ୧୮:୧୪ ମାତିଉ ୨୩:୧୨; ଲୁକ୍ ୧୪:୧୧.ଜିସୁ ଆମେଇଂକେ ବାସଙ୍ଗ୍କେ ଡାବୁ ସାଲିଆଣ୍ଡ୍ରେ ଇସ୍ପର୍ନେ ମୁଆଃନ୍ନିଆ ଦରମ୍ ବାବେଚେ ଡୁଆ ଆଣ୍ଡେକେ ଡାଗ୍ଲା ଫାରୁଶୀ ଣ୍ଡୁ । ଡାଗ୍ଲା ଜାଣ୍ଡେ କି ନିଜେକେ ମ୍ନାଃରେ ଡାଗ୍ଚେ ଆସୁଏ ଆମେକେ ଇଙ୍ଗ୍ଚେ ଆର୍ଏ ଡାଗ୍ଲା ଜାଣ୍ଡେ ନିଜେକେ ଡାଆଁ ଆଃଡିଙ୍ଗ୍ଏ ଆମେକେ ମ୍ନା ଆଃଡିଙ୍ଗ୍ଆର୍ଏ ।