ଜିସୁ ଆରି ଜଖିୟ
1 ଇଡ଼ିଙ୍ଗ୍ ଜିସୁ ଯିରୀହୋନ୍ନିଆ ଗାଚେ ଆତେନ୍ ଗାଲି ବିଚେ ୱେଡିଙ୍ଗ୍ଗେ । 2 ଆରି କେଲା ଜଖିୟ ମ୍ନିରେ ମୁଇଙ୍ଗ୍ ରେମୁଆଁ ଲେଃଗେ ମେଁ ମୁଇଙ୍ଗ୍ ମ୍ନା ସିସ୍ତୁ ସାଲ୍ୟାଣ୍ଡ୍ରେ ଆରି ସାଉକାର୍ ରେମୁଆଁ । 3 ଜିସୁ ଜାଣ୍ଡେ ଆତେନ୍ କେନ୍ସା ମେଁ ଚେସ୍ଟା ଡିଙ୍ଗ୍ ଡିଙ୍ଗ୍ଗେ ମାତର୍ ରେମୁଆଁଇଂନେ ଜବର୍ ଗଅଲି ନ୍ସା କିକେ ଆୟାକେ ଣ୍ଡୁ ଡାଗ୍ଲା ମେଁ ଡ୍ଲେଃ ଲେଃଗେ ।
4 ଦେକ୍କେ ମେଁ ରେମୁଆଁଇଂନେ ସେନୁଗ୍ ୱିର୍ ଡୁଂୱେଚେ ଆମେକେ କେନ୍ସା ମୁଇଙ୍ଗ୍ ଲିୱା ସ୍ଲା ଡେଃକେ ଡାଗ୍ଲା ଆତେନ୍ ଗାଲି ବିଚେ ଜିସୁ ୱେନେ ଲେଃଗେ । 5 ଜିସୁ ଆତ୍ ଜାଗାନ୍ନିଆ ପାଙ୍ଗ୍ଚେ ଆଡ଼ାତ୍ରା କେଚେ ଆମେକେ ବାସଙ୍ଗ୍କେ, "ଜଖିୟ ଦାପ୍ରେ ଜାର୍ଚେ ପାଙ୍ଗ୍ଲା ଡାଗ୍ଲା ଏଃକେ ଆନେଙ୍ଗ୍ ଡିଲାଡିଗ୍ ପେ ଡୁଆ ଲେଃପଡ଼େଏ ।"
6 ଆତ୍ବା ମେଁ ଦାପ୍ରେ ଜାର୍ଚେ ସାର୍ଦାରେ ଜିସୁନେ ଜତନ୍ ଡିଙ୍ଗ୍କେ । 7 ଆତେନ୍ କେଚେ ସାପାରେ କୁଟ୍ ଡିଙ୍ଗ୍ନେସା ଲାଗେକେ, "ମେଁ ମୁଇଙ୍ଗ୍ ପାପି ରେମୁଆଁନେ ଡୁଆ ଲେଃନ୍ସା ୱେଡିଙ୍ଗ୍କେ ।"
8 ଜଖିୟ ମାପ୍ରୁକେ ବାସଙ୍ଗ୍କେ "ଏ ମାପ୍ରୁ ଅଁ ନେଙ୍ଗ୍ ନେଙ୍ଗ୍ନେ ଦନ୍ସମ୍ପତିନେ ମେତାଃ ଗରିବ୍ଇଂକେ ଦାନ୍ ଣ୍ଡିଙ୍ଗ୍ଏ ବାରି ଜଦି ନେଙ୍ଗ୍ ଜାଣ୍ଡେବାନ୍ ମେଃଡିଗ୍ ଜଟେମ୍ୱଏ ତେଲା ଅଁ ବାଗ୍ରେ ଆମେକେ ଆଃଆଣ୍ଡେ ମ୍ୱିଏ ।"
9 ଆତ୍ବା ଜିସୁ ମେଁନେ ସାମୁଆଁ ବାଲିର୍କେ, "ଏଃକେ ଆକେନ୍ ଡୁଆ ଅରିଆ ଉଦାର୍ ପିଙ୍ଗ୍ଚା ଲେଃକେ ତେସା କିମେଡିଗ୍ ଅବ୍ରାହାମ୍ନେ ମୁଇଙ୍ଗ୍ ଉଙ୍ଗ୍ଡେ । 10 ମେଃନେ ବଃ ଲେଃକେ ଆତେନ୍ ତୁର୍ଚେ ରକ୍ୟା ଡିଙ୍ଗ୍ସା ରେମୁଆଁ ଉଙ୍ଗ୍ଡେ ପାଙ୍ଗ୍ଲେକେ ।"