43 ଆତେନ୍ ଗମ୍ବାର୍ ମୁଆଁ ଜାକ ଆବୁଲେ ଡିଙ୍ଗ୍ ଲେଃକ୍ନେ ସେଲାମ୍ବୁଏ ଲେଃଗେ । ଜାଣ୍ଡେ କି ନିଜର୍ ଡାବୁ ଆଃଡାଚେ ଡିଗ୍ ୮:୪୩ ଉଡ଼ି ନ୍ତିବାନ୍ ଗୁଆର୍ ବକ୍ନେ ଆକେନ୍ ସାମୁଆଁ ଣ୍ଡୁନିମାଣ୍ଡା ଆଡିଙ୍ଗ୍ ଆୟାକେ ଣ୍ଡୁ । 44 ମେଁ ପ୍ଲା ପାକା ପାଙ୍ଗ୍ଚେ ଜିସୁନେ ପାଟାଇ ଜାଲିପୁଆଃକେ ଲିଗ୍କେ ଆରି ମେଁ ଆବୁଲେଃ ଡିଙ୍ଗ୍କ୍ନେ ମ୍ୟା ବନ୍ଦ୍ ଡିଙ୍ଗ୍ୱେଗେ । 45 ଆତେନ୍ ବେଲା ଜିସୁ ସାଲିଆକୁକେ ଜାଣ୍ଡେ ଆନେଙ୍ଗ୍କେ ଲିଗ୍କେ ? ମାତର୍ ସାପାରେ ବାସଙ୍ଗ୍କେ ଜେ ମେଇଂ ଆମେକେ ଆଲିଗ୍କେ ଣ୍ଡୁ ପିତର୍ ବାସଙ୍ଗ୍କେ "ଅଁ ଗୁରୁ ସାପା ରେମୁଆଁ ଟେଚା ଟେଣ୍ଡୁର୍ ଡିଙ୍ଗ୍ ପାଙ୍ଗ୍ ଆର୍କେ ।"
46 ଜିସୁ ଆମେଇଂକେ ବାସଙ୍ଗ୍କେ, "ଜାଣ୍ଡେ ମୁଇଂଜା ଆନେଙ୍ଗ୍କେ ଲିଗ୍କେ ଡାଗ୍ଲା ନେଙ୍ଗ୍ ବାନ୍ ସକତ୍ ତାର୍ ୱେଗେ ଡାଗ୍ଚେ ନେଙ୍ଗ୍ ମ୍ୟାକେ ।" 47 ଉଡ଼ି ବେଲା ସେଲାମ୍ବୟ୍ ରେମୁଆଁ କେକେ ଜେ ମେଁ ବୁଡ଼ି ଲେଃଆୟାକେ ଣ୍ଡୁ ଆତେନ୍ ବେଲା ମେଁ ଜୁର୍ ଜୁର୍ ପାଙ୍ଗ୍ଚେ ମେଁନେ ଞ୍ଚ ବୁନ୍ଦେ ଲଃଚେ ଜାଣ୍ଡେ ନାଁ ଆମେକେ ନାଲିଗ୍କେ ଆରି ଡିରକମ୍ ପ୍ରେକ୍ ଆଃ ନିମାଣ୍ଡା ନାଡିଙ୍ଗ୍ ଆତେନ୍ ସାପାରେନେ ସାର୍ମୁଆଁ ବାସଙ୍ଗ୍ ବିଃକେ । 48 ଆତ୍ ଅରିଆ ଜିସୁ ଆମେକେ ବାସଙ୍ଗ୍କେ "ଅ ସେଲାମ୍ବଃଅ ନାନେ ବିସ୍ବାସ୍ ଆନାକେ ନିମାଣ୍ଡା ଆଡିଙ୍ଗ୍ ବକେ, ସାନ୍ତିରେ ୱିଗ୍ଲା ।"