ଜିସୁନେ ଇୟାଂଡେ ଆରି ବୟାଁଣ୍ଡେଇଂ
31 ଇଡ଼ିଙ୍ଗ୍ ଜିସୁନେ ଇୟାଙ୍ଗ୍ଡେ ଆରି ବୟାଁଣ୍ଡେଇଂ ଆତ୍ ଅରିଆ ପାଙ୍ଗ୍ ଆର୍କେ । ମେଇଙ୍ଗ୍ ବାଜାର୍ ତୁଆଁ ଆର୍କେ ଆରି ମୁଇଙ୍ଗ୍ ରେମୁଆଁକେ ଜିସୁକେ ବାଜାର୍ ପାଙ୍ଗ୍ ନ୍ସା ୱା ଡୁଙ୍ଗ୍ପାଙ୍ଗ୍ ନ୍ସା ବେକେ । 32 ଆତେନ୍ ବେଲା ଜିସୁନେ ପିତୁର୍ ପାକା ରେମୁଆଁଇଂ ଗେରେଚେଃ କ ଲେଃଆର୍ଗେ । ମେଇଙ୍ଗ୍ ଆମେକେ ବାସଙ୍ଗ୍ଆର୍କେ, "କେଲା ପିୟାଙ୍ଗ୍ ଆରି ବୟାଁଇଂ ଆରି ତନାଇଂ ଆନାକେ ବାଜାର୍ ଉର୍ ଲେଃଆର୍କେ ।"
33 ଜିସୁ ବାସଙ୍ଗ୍କେ, "ଜାଣ୍ଡେ ନେଙ୍ଗ୍ ଇୟାଙ୍ଗ୍ ? ଜାଣ୍ଡେଃଇଂ ନେଙ୍ଗ୍ନେ ବୟାଁ ?" 34 ଇଡ଼ିଙ୍ଗ୍ ଜିସୁ ମେଁନେ ପିତୁର୍ କ ଲେଃକ୍ନେ ରେମଆଁଇଂ ପାକା କେକେ । ମେଁ ବାସଙ୍ଗ୍କେ, "ଆକେନ୍ ରେମୁଆଁଇଂ ନେଙ୍ଗ୍ନେ ଇୟାଙ୍ଗ୍ ଆରି ବୟାଁ । 35 ଜାଣ୍ଡେଇଂ ଇସ୍ପର୍ନେ ଇକ୍ଚାକେ ପୁରନ୍ ଡିଂଆର୍ଏ, ମେଇଙ୍ଗ୍ ଆଃ ନେଙ୍ଗ୍ନେ ବୟାଁ ତନା ଆରି ଇୟାଙ୍ଗ୍ ।"