ମାଲିକ୍ଲିଗ୍ ଆଃଡ଼ ଆରି ମ୍ବାକ୍ଲିଗ୍ ରୁଟି
30 ଆଣ୍ଡିନେ ପ୍ରେରିତ୍ଇଂକେ ଜିସୁ ବେବଗେ, ମେଇଙ୍ଗ୍ ଆଣ୍ଡେ ଆର୍କେ । ମେଇଙ୍ଗ୍ ଜିସୁନେ ପିତୁର୍ ପାକା ଗେରେ ଆର୍କେ । ମେଇଙ୍ଗ୍ ମେଃନେ ଡିଙ୍ଗ୍ବଗେ ଆରି ରେମୁଆଁଇଂକେ ମେଃନେ ସାପା ଗ୍ୟାନ୍ ବିଃବକେ, ଆତେନ୍ ସାପା ଆମେକେ ବାସଙ୍ଗ୍ଆର୍କେ । 31 ଜିସୁ ଆରି ମେଁନେ ସିସ୍ଇଂ ଜାବର୍ ଗଅଲି ଜାଗାନ୍ନିଆ ଲେଃକେ । ଆତ୍ ଡାଗ୍ରା ମାଲେ ରେମୁଆଁ ଲେଃଗେ । ତେଲା ଜିସୁ ଆରି ମେଇଙ୍ଗ୍ନେ ସିସ୍ଇଙ୍ଗ୍ ଏତେ ଚଙ୍ଗ୍ନେ ଇକୁଡ଼ା ବେଲା ଡିଗ୍ ଆମିଲେକେ । ଜିସୁ ସିସ୍ଇଂକେ ବାସଙ୍ଗ୍କେ, "ପେ ନେଙ୍ଗ୍ ଏତେ ମୁଇଂ ରେମୁଆଁଗଣ୍ଡ୍ ଣ୍ଡୁନେ ଜାଗାନ୍ନିଆ ନେଃୱେପା ଆରି ଆତ୍ ଡାଗ୍ରା ଇକୁଡ଼ା ନେଃପୁଣ୍ଡେପା ।" 32 ତେଲା ମେଇଙ୍ଗ୍ ମୁଇଂ ତରାନ୍ନିଆ କଚେ ମୁଇଂ ରେମୁଆଁଗଣ୍ଡ୍ ଣ୍ଡୁନେ ଜାଗାନ୍ନିଆ ୱେଏ ଆର୍କେ ।
33 ଡାଗ୍ଲା ଜବର୍ ରେମୁଆଁ ମେଇଙ୍ଗ୍ ଏତେ ଅଲେଙ୍ଗ୍ ୱେଆର୍ଡିଙ୍ଗ୍କ୍ନେ କେଚେ ସାମୁଆଁ ୟାକେ । ତେଲା ସାପା ସଅର୍ନେ ରେମୁଆଁ ଅଲେଙ୍ଗ୍ ଅଲେଙ୍ଗ୍ଚେ ଜିସୁ ଲେଃକ୍ନେ ଟାନ୍ନ୍ନିଆ ୱିର୍ ଡୁଂୱେଚେ ସେନୁଗ୍ ୱେଚାଆର୍କେ । 34 ୬:୩୪ ମାତିଉ ୯:୩୬.ଜିସୁ ଉଡ଼ିବେଲା ଆତ୍ ୱେଚାକେ । ଗୁଲୁଏ ରେମୁଆଁ ପାଙ୍ଗ୍ଡିଙ୍ଗ୍କ୍ନେ କେଚେ ମେଇଙ୍ଗ୍ନେ ଆଡ଼ାତ୍ରା ମେଁ ଦୟାରେ ତର୍ବର୍ ଡିଙ୍ଗ୍କେ । ଡାଗ୍ଲା ଆମେଇଂକେ ରକ୍ୟା ଡିଙ୍ଗ୍ ଆମ୍ୟାଃକ୍ନେ ମେଣ୍ଡା ରାସି ରକମ୍ ଲେଃଆର୍ଗେ । ଜିସୁ ଆମେଇଂକେ ଗୁଲେ ସାମୁଆଁ ବାସଙ୍ଗ୍କେ । 35 ଆତେନ୍ ବେଲା ତଙ୍ଗାର୍ ୱେଗେ । ଆତେନ୍ ବେଲା ସିସ୍ଇଂ ଜିସୁ ଡାଗ୍ରା ପାଙ୍ଗ୍ଚେ ବାସଙ୍ଗ୍ଆର୍କେ, "ଆକେନ୍ ମୁଇଂ ରେମୁଆଁଗଣ୍ଡ୍ ଣ୍ଡୁନେ ଟାନ୍ ଲମ୍ଡିଗ୍ ଡିଙ୍ଗ୍ ୱେଡିଙ୍ଗ୍କେ ।" ଆତେନ୍ସା ଆମେଇଂକେ ନୁଆଁ ବିଃପା 36 ତେଲା ରେମୁଆଁଇଙ୍ଗ୍କେ ଡାଗ୍ରା ସ୍ଲ ସାଇ ଇନି ଆଣ୍ଡେଙ୍ଗ୍ ବେପା । ତେଲା ଆତ୍ ୱେଚେ ମେଇଙ୍ଗ୍ ମେଇଙ୍ଗ୍ନ୍ସା ଚଙ୍ଗ୍ନ୍ସା ମେଃଡିଗ୍ ବିଆର୍ ଡୁଂପାଙ୍ଗ୍ଆର୍ଏ ।
37 ମାତର୍ ଜିସୁ ଆମେଇଂକେ ବାସଙ୍ଗ୍କେ, "ପେଇଙ୍ଗ୍ ଆମେଇଂକେ ଚଙ୍ଗ୍ନେ ବିଃପା ।"
ସିସ୍ଇଙ୍ଗ୍ ସାଲ୍ୟାକୁଆର୍କେ, "ନେ ମେଃନେ ୱେଚେ ତ୍ମା ଆର୍କେନେ କୁଲି ଡାବୁ ରୁଟି ବିଆର୍ ଡୁଂପାଙ୍ଗ୍ଚେ ଆମେଇଂକେ ଚଙ୍ଗ୍ନେ ନେବିଏ ? ରୁଟି ବିଆର୍ ନ୍ସା ଦର୍କାର୍ ଡିଂଲା ଆନେଃ ସାପାରେକେ ମୁଇଙ୍ଗ୍ ଆର୍କେ ସ୍ଲେ ପଡ଼େଏ ।"
38 ଜିସୁ ସିସ୍ଇଂକେ ସାଲିଆକୁକେ, "ୱେ କେଲା, ନାଁନ୍ନିଆ ଉଡ଼ିକ୍ଲିଗ୍ ରୁଟି ଲେଃକେ ?" ସିସ୍ଇଂ ରୁଟି ଏଜା ଆଃଡାଚେ ବାସଙ୍ଗ୍କେ ।
"ନେଙ୍ଗ୍ ନ୍ନିଆ ମାଲିକ୍ଲିଗ୍ ରୁଟି ମ୍ବାକ୍ଲିଗ୍ ଆଡ଼ ଲେଃକେ ।"
39 ଜିସୁ ଆଦେସ୍ ବିକେ, ରେମୁଆଁଇଙ୍ଗ୍ ଟିକ୍ରାନେ କଅଁଲ୍ନେ ଚେଃମୁଆଁ ଆଡ଼ାତ୍ରା ମାନ୍ଦା ମାନ୍ଦା ଆଡିଙ୍ଗ୍ଚେ ଆଃକବିପା । 40 ରେମୁଆଁଇଙ୍ଗ୍ ସାପା କୁଦାନିଆ ଶହେ ଶହେ ଆରି ପଚାସ୍ ପଚାସ୍ ଡିଙ୍ଗ୍ଚେ କଆର୍କେ । 41 ଏନ୍ ଇଡ଼ିଙ୍ଗ୍ ଜିସୁ ମାଲିକ୍ଲିଗ୍ ରୁଟି ଆରି ମ୍ୱାକ୍ଲିଙ୍ଗ୍ ଆଡ଼କେ ଲିଙ୍ଗ୍ଚେ କିତଙ୍ଗ୍ ଇନି ତାଣ୍ଡେଚେ ପର୍ମେସର୍କେ ଦନ୍ୟବାଦ୍ ବିକେ । ଆତେନ୍ ରୁଟି ଇଂକେ ଟିକ୍ଚିଚେ ରେମୁଆଁଇଙ୍ଗ୍ ବିତ୍ରେ ବାଟା ବିଃନ୍ସା ସିସ୍ଇଂକେ ବିଃକେ । ଇଡ଼ିଙ୍ଗ୍ ଆଡ଼କେ ଡିଗ୍ ଦେତ୍ରକମ୍ ପାଗ୍ଚିଚେ ରେମୁଆଁଇଙ୍ଗ୍କେ ବାଟା ବିଃକେ । 42 ସାପାରେ ସୁଲୁଏ ପୁରୁନ୍ ଚଙ୍ଗ୍ଚେ ସାନ୍ତି ବାଆର୍କେ । 43 ସାପାରେ ଚଙ୍ଗ୍ ଆଃଡାକ୍ନେ ଇଡ଼ିଙ୍ଗ୍ ସିସ୍ଇଂ ଲୁଆଁକ୍ନେ ରୁଟି ମେତଗ୍ ଆରି ଆଃଡ଼ ମେତଗ୍ଇଙ୍ଗ୍ ଗମ୍ବାର୍କ୍ଲିଗ୍ ଆଣ୍ଡ୍ରା ଅରିଆ ବର୍ତି ଆଡିଙ୍ଗ୍କେ । 44 ଜାଣ୍ଡେଇ ରୁଟି ଚଙ୍ଗ୍ଲେଃ ଆର୍ଗେ, ମେଇଙ୍ଗ୍ ବାନ୍ ମାତର୍ ଙ୍ଗିର୍ବଏଃନେ ସଂକ୍ୟା ମାଲ୍ ଅଜାର୍ ଲେଃଆର୍ଗେ ।