9 ଜିସୁ ଆରି ଆମେଇଂକେ ବାସଙ୍ଗ୍କେ, "ନିଜେନେ ନିଅମ୍ ପାଲେନେନ୍ସା ପେଇଙ୍ଗ୍ ଇସ୍ପର୍ନେ ସାମୁଆଁ ଆନ୍ତାର୍ଚେ ନିଜେକେ ଚାଲାକି ଡାଗ୍ଚେ ବାବେ ପେଡିଙ୍ଗ୍ । 10 ମୋଶା ନିଅମ୍ ବାସଙ୍ଗ୍ବକେ, ଆବା ଇୟାଙ୍ଗ୍ନେ ସାମୁଆଁ ମାନେଃପା । ଜା ମେଁନେ ଆବାଡ଼େ କି ଇୟାଙ୍ଗ୍ଡେକେ ଦଦ୍ୟା ସାମୁଆଁ ବାସଙ୍ଗ୍ଏ, ମେଁ ଗୁଏଃନେ ଡଣ୍ଡ୍ ବାଏ । 11 ମାତର୍ ପେ ବାସଙ୍ଗ୍ପା, ଜାଣ୍ଡେ ଜଦି ଆବା କି ଇୟାଙ୍ଗ୍କେ ବାସଙ୍ଗ୍ଏ, ନିଂ ବାନ୍, ଜା ବାନ୍ ପେ ନିମାଣ୍ଡା ଡିଂପେଲେଃ, ତେଲା ‘କର୍ବାନ୍’ ବା ଇସ୍ପର୍କେ ମାନତ୍ ଡିଂଲେଃକେ । 12 ତେଲା ପେ ଇୟାଙ୍ଗ୍ ଆବାକେ ସାଇଜ ଡିଂନେ ଦାଇତ୍ବାନ୍ ପେତାର୍ଏ । 13 ଡେକ୍ରକମ୍ ବାବ୍ରେ ବିନ୍ରେକେ ବିଃପେବକ୍ନେ ପେନେ ସିକ୍ୟା ଇସ୍ପର୍ନେ ଆଦେସ୍କେ ଅମାନି ଡିଂପେଡିଂକେ । ଦେକ୍ରକମ୍ ବାରି ଗୁଲେ କାମ୍ ପେ ଡିଂପେଡିଂକେ ।"