ଜିସୁ ମାଲ୍ ଅଜାର୍ ରେମୁଆଁଇଂକେ ଚଂନେ ବିକେ
13 ଜହନ୍ନେ କବର୍ ଅଁକ୍ନେ ଦାପ୍ରେ ଜିସୁ ତରାନ୍ନିଆ ଡେଃଚେ ମୁଇଂ ରେମୁଆଁଗଣ୍ଡ୍ ଣ୍ଡୁନେ ଜାଗାନ୍ନିଆ ୱେଆର୍କେ । ଜିସୁ ଆତ୍ଅରିଆ ୱେଡିଙ୍ଗ୍କ୍ନେ ମ୍ୟାଚେ ଡାଗ୍ରା ଇନିଇଂ ବାନ୍ ଗୁଲୁଏ ରେମୁଆଁ କେଣ୍ଡିଆ ଆଃଡ଼ା ଆଃଡ଼ା ଅଲେଙ୍ଗ୍ଚେ ଜିସୁନେ ପ୍ଲା ୱେଗେ । 14 ଜିସୁ ଅନାବେଲା ତରାବାନ୍ ତାର୍ଚେଃ ଗୁଲୁଏ ରେମୁଆଁ ପାଙ୍ଗ୍ଡିଙ୍ଗ୍କ୍ନେ କେଚେ ମେଁ ମେଁଇଙ୍ଗ୍ନେ ଆଡ଼ାତ୍ରା ମେଁ ଦୟାରେ ତର୍ବର୍ ଡିଙ୍ଗ୍କେ ଗୁଲୁଏ ରଗ୍ଣ୍ଡ୍ରେକେ ମେଁ ଆତ୍ ଅରିଆ ନିମାଣ୍ଡା ଆଡିଙ୍କେ ।
15 ଆତେନ୍ ଦିନା ଲମ୍ଡିଗ୍ ସିସ୍ଇଂ ଜିସୁ ଡାଗ୍ରା ପାଙ୍ଗ୍ଚେ ବାସଙ୍ଗ୍ଆର୍କେ "ଜାବର୍ ଜିଲମ୍ ଡିଙ୍ଗ୍ଡିଙ୍ଗ୍କେ, ବାରି ରେମୁଆଁଇଙ୍ଗ୍ ଡାଗ୍ରା ଡିରକମ୍ ଇନି ଇନି ୱେଚେ ନିଜର୍ ନିଜର୍ ନ୍ସା କାଦି ବିଆର୍ ଆର୍ଏ ।" ଆତେନ୍ସା ଆମେଇଂକେ ବେବିଃ ।
16 ଜିସୁ ମାତର୍ ଆମେଇଂକେ ବାସଙ୍ଗ୍କେ "ମେଇଂ ଆକ୍ବାନ୍ ୱିଗ୍ନେ ଦର୍କାର୍ ଣ୍ଡୁ । ପେ ଆମେଇଂକେ ମେଃଡିଗ୍ ଚଙ୍ଗ୍ନେ ବିଃପା ।"
17 ସିସ୍ଇଂ ଉତର୍ ବିକେ "ଆକ୍ଅରିଆ ନେଁ ଡାଗ୍ରା ମାତର୍ ମାଲିକ୍ଲିଗ୍ ରୁଟି ମ୍ବାକ୍ଲିଗ୍ ଆଃଡ଼ ଲେଃକେ ।"
18 ଜିସୁ ବାସଙ୍ଗ୍କେ, "ଆତେନ୍ ନେଙ୍ଗ୍ ଡାଗ୍ରା ଡୁଙ୍ଗ୍ ପାଙ୍ଗ୍ଲାପା ।" 19 ରେମୁଆଁଇଂକେ ଚେଃମୁଆଁ ଆଡ଼ାତ୍ରା କନେ ବାସଙ୍ଗ୍ଚେ ଜିସୁ ମାଲିକ୍ଲିଗ୍ ରୁଟି ଆରି ମ୍ୱାର୍କ୍ଲିଙ୍ଗ୍ ଆଡ଼କେ ଲିଙ୍ଗ୍ଚେ କିତଙ୍ଗ୍ ଇନି ତାଣ୍ଡେଚେ ପର୍ମେସର୍କେ ଦନ୍ୟବାଦ୍ ବିକେ । ଆରି ଆତେନ୍ ରୁଟିକେ ମେତଗ୍ ମେତଗ୍ ଆଡିଙ୍ଗ୍ଚେ ସିସ୍ଇଂକେ ନ୍ତି ଆସା ବିକେ । ସିସ୍ଇଂ ଆତେନ୍ ସାପା ଡୁଂୱେଚେ ରେମୁଆଁଇଂକେ ବାଟା ବିଃକେ । 20 ସାପାରେ ସୁଲୁଏ ପୁରୁନ୍ ଚଙ୍ଗ୍ଚେ ସାନ୍ତି ବାଆର୍କେ । ଇଡ଼ିଙ୍ଗ୍ ସିସ୍ଇଂ ଲୁଆଁ ଲେଃକ୍ନେ ରୁଟି ବାରି ଆଃଡ଼ଆଣ୍ଡେଙ୍ଗ୍ ଜଗ୍ଚେ ଗୁକ୍ଲିଗ୍ ଆଣ୍ଡ୍ରାନ୍ନିଆ ତାଃନ ଆର୍କେ । 21 ସେଲାମ୍ବୁଏଃ ବାରି ଙ୍ଗିର୍ବଏଇଂକେ ଆନ୍ତାର୍ଚେ ମାଲ୍ ଅଜାର୍ ରେମୁଆଁ ଏନ୍ ରୁଟି ଚଙ୍ଗ୍ଆର୍ଗେ ।