କେମା ବିଃଆବକ୍ନେ ସ୍ଲେରେନେ ଉଃସ୍ରା
21 ମେସୁଆ ପିତର୍ ପାଙ୍ଗ୍ଚେ ଜିସୁକେ ସାଲିଆଁକୁକେ "ମାପ୍ରୁ ମୁଇଙ୍ଗ୍ ବୟାଁ ନେଙ୍ଗ୍ ବିରଦ୍ରେ ପ୍ରେଗ୍ ପ୍ରେଗ୍ ଦସ୍ ଡିଙ୍ଗ୍ଡିଙ୍ଗେ ଆମେକେ ନିଙ୍ଗ୍ ଉଡ଼ିତର୍ କେମା ମ୍ବିଏ ? ମେଁନେ ଗୁ ତର୍ ଜାକ ?"
22 ଜିସୁ ବାସଙ୍ଗ୍କେ "ଣ୍ଡୁ ଗୁ ତର୍ ଜାକ ଣ୍ଡୁ । ଗୁ ତର୍ନେ ଞ୍ଜିକୁଡ଼ି ଗୁଆ ଗୁନ୍ ଜାକ ।" 23 କିତଂ ରାଜିନେ ବାରି ମୁଇଙ୍ଗ୍ ଉସ୍ରା ଅଁପା । ମେସୁଆ ମୁଇଙ୍ଗ୍ ଇଃସାଙ୍ଗ୍ ସ୍ଲେରେଇଂନେ ଇସାବ୍ପତର୍ ଡିଙ୍ଗ୍ନ୍ସା ରାଜି ଡିଙ୍ଗ୍ଆର୍କେ । 24 ମେଁ ଏନ୍ କାମ୍ ଡିଙ୍ଗ୍ନେ ବେଲା ମୁଇଙ୍ଗ୍ ସ୍ଲେରେ ଇସାବ୍ ଡିଙ୍ଗ୍ଣ୍ଡ୍ରେକେ ଇଃସାଙ୍ଗ୍ ଡାଗ୍ରା ଡୁଂୱେକେ । ମେଁ ମେଁବାନ୍ ଲାକ୍ ଲାକ୍ ଡାବୁ ରୁନ୍ ଡିଙ୍ଗ୍ବଗେ । 25 ରୁନ୍ ସୁଜେନ୍ସା ଏନ୍ ରେମୁଆଁନେ ଜାବର୍ ଡାବୁ ଆଲେଗେ ଣ୍ଡୁ । ତେସା ମେଁନେ ରୁନ୍ ସୁଜେନ୍ସା ମେଁନେ ସାପା ସମ୍ପତି ସଚେଃ ଆମେକେ ମେଁନେ କୁନେଣ୍ଡେକେ ବାରି ଗଡ଼େଇଂକେ ମୁଇଂରେନ୍ନିଆ ଗତିରେ ରକମ୍ ଲେଃନ୍ସା ସବିଃନ୍ସା ଇଃସାଙ୍ଗ୍ ଆଦେସ୍ ବିକେ । 26 ସ୍ଲେରେ ଇଃସାଙ୍ଗ୍ନେ ଞ୍ଚ ବୁନ୍ଦେ ଲଃଚେ କାକୁର୍ତି ଡିଙ୍ଗ୍ଚେ ବାସଙ୍ଗ୍କେ "ଆରି ଇକୁଡ଼ା ସାଆସ୍ ସାଃ ମାଲିକ୍ ନେଙ୍ଗ୍ ଆନାକେ ସାପା ରୁନ୍ ସୁଜେ ମ୍ବିଏ ।" 27 ଇଡ଼ିଂ ଆତେନ୍ ଚାକର୍ନେ ଇଃସାଙ୍ଗ୍ନେ ମନ୍ନ୍ନିଆ ଦୟା ପାଙ୍କେ, ତେଲା ରୁନ୍ ବାନ୍ ନ୍ସୁଜେଏ ଡାଗ୍ଚେ ବାସଙ୍ଗ୍କେ ଆରି ଆମେକେ ଆନ୍ତାର୍ଚେ ଲାଗ୍ଡକେ ।
28 "ଏନ୍ ରେମୁଆଁ ଅଲେଙ୍ଗ୍ ୱେନେବେଲା ମେଁବାନ୍ ଇକୁଡ଼ା ଡାବୁ ରୁନ୍ ଡୁଙ୍ଗ୍ୱେବକ୍ନେ ମେଁନେ ଏତେ ସ୍ଲେରେକେ ଅବାକେ । ମେଁ ମେଁନେ ଲୁଗଃନ୍ନିଆ ସାଚେ ମେଁନେ ତୁମୁଆଃ ତାଙ୍ଗ୍ଡାଚେ ବାସଙ୍ଗ୍କେ, ନେଙ୍ଗ୍ବାନ୍ ରୁନ୍ ଡୁଙ୍ଗ୍ୱେ ନାବକ୍ନେ ଡାବୁ ଆଃଆଣ୍ଡେ ବିଲା ।" 29 ବାର୍ମୁଇଂ ରେମୁଆଁ ମେଁନେ ଞ୍ଚବୁନ୍ଦେ ଲଃଚେ କାକୁର୍ତି ଡିଙ୍ଗ୍ଚେ ବାସଙ୍ଗ୍କେ "ସାହାସ୍ ସାଃ ସାପା ଡାବୁ ସୁଜେ ମ୍ବିଏ ।" 30 ମାତର୍ ସିସେନେ ରେମୁଆଁ ମେଁ ସାମୁଆଁ ଆଅଁକେ ଣ୍ଡୁ ଣ୍ଡୁଲା ରୁନ୍ ସୁଜେନେ ଜାକ ଆମେକେ କଏଦ୍ ଡୁଆନ୍ନିଆ ବଆର୍ଗେ । 31 ଏନ୍ ଗଟେକ୍ନେ କେଚେ ବିନ୍ ଚାକ୍ରି ଡିଙ୍ଗ୍ଣ୍ଡ୍ରେ ଜାବର୍ ବାୟାବିକଲ୍ ଡିଂକେ । ମେଇଂ ଇଃସାଙ୍ଗ୍ନେ ଡାଗ୍ରା ୱେଚେ ମେଁ ମେଁନେ ଗଟେ ଲେଃଗେ ଆତେନ୍ ସାପା ଆଅଁ ଆର୍କେ । 32 ଇଃସାଙ୍ଗ୍ ସେନୁଗ୍ ଚାକ୍ରି ଡିଙ୍ଗ୍ଣ୍ଡ୍ରେକେ ୱାଚେ ବାସଙ୍ଗ୍କେ, "ଆରେ ଅସକ୍ତିଆ ଗତିରେ ନାଁ ଆନେଙ୍ଗ୍ ଗୁଆରେ ଡିଙ୍ଗ୍ନାବଲା ନାନେ ସାପା ରୁନ୍ ଡାବୁ ଆନ୍ତାର୍ ମ୍ବିଗେ । 33 ନେଙ୍ଗ୍ ଡିରକମ୍ ନାନେ ଆଡ଼ାତ୍ରା ଲିବିସ ଣ୍ଡିଙ୍ଗ୍କେ ନାନେ କାମ୍ ଡିଙ୍ଗ୍ଣ୍ଡ୍ରେକେ ଡିଗ୍ ଦେତ୍ ରକମ୍ ଲିବିସ ଡିଙ୍ଗ୍ନେ ନାନେ ଦର୍କାର୍ । 34 ଇଃସାଙ୍ଗ୍ ଜାବର୍ ଗିସେ ଡିଙ୍ଗ୍ୱେଗେ ବାରି ସାପା ରୁନ୍ ମାସୁଜେ ଜାକ ଡଣ୍ଡ୍ ବାନ୍ସା ଆମେକେ କଏଦ୍ ଡୁଆନ୍ନିଆ ବେବିଆର୍ଗେ ।"
35 ଜିସୁ ଉଃସ୍ରା ଆଃଡାଚେ ବାସଙ୍ଗ୍କେ, "ପେନେ ବିରଦ୍ରେ ଦସ୍ ଡିଙ୍ଗ୍ବକ୍ନେ ରେମୁଆଁଇଂକେ ରୁଦୟ୍ନ୍ନିଆ ଜଦି କେମା ପେବି, ତେଲା ନେଙ୍ଗ୍ନେ କିତଂ ଲେକ୍ନେ ଆବା ଡିଗ୍ ନାନେ ଆଡ଼ାତ୍ରା ଦେକ୍ରକମ୍ ବେବଆର୍ ଡିଙ୍ଗ୍ଏ ।"