14 "କିତଂଇନି ଡିରକମ୍, ମେଁନେ ଆର୍ମୁଇଂ ଉଃସ୍ରା ଅଁପା । ଏନ୍ ସାମୁଆଁ ମୁଇଙ୍ଗ୍ ରେମୁଆଁ ଗତିରେନେ ନ୍ତିନ୍ନିଆ ମେଁନେ ଦନ୍ ସମ୍ପତି ଆତାର୍ଚେ ବିଦେସ୍ ୱେନ୍ସା ତାର୍କେ । 15 ମେଇଙ୍ଗ୍ନେ ସ୍ଲେ ଚଙ୍ଗ୍ୟାନେ ଇସାବ୍ରେ ଆମେଇଂକେ ଉଡ଼ି ଉଡ଼ି ଡାବୁ ରାସିଙ୍ଗ୍ଚେ ବିକେ ମୁଇଂଜାକେ ବିକେ ମାଲ୍ ଅଜାର୍ ରୁପା ଡାବୁ ବାର୍ମୁଇଂଜାକେ ମ୍ବାର୍ ଅଜାର୍ ଆରି ବାର୍ମୁଇଂଜାକେ ମୁଇଂ ଅଜାର୍ ଆରି ବିଦେସ୍ ତାର୍ ୱେକେ । 16 ମାଲ୍ ଅଜାର୍ ଡାବୁ ବାଲେଃକ୍ନେ ଗତିରେ ଆତେନ୍ ଦନ୍କେ ବେପାର୍ ଗାଲି ଅଲେଙ୍ଗ୍ ଅଲେଙ୍ଗ୍ଚେ ଆରି ମାଲ୍ ଅଜାର୍ ଲାବ୍ ଡିଙ୍ଗ୍କେ । 17 ଦେତ୍ରକମ୍ ମ୍ବାର୍ ଅଜାର୍ ଡାବୁ ବାଲେଃକ୍ନେ ଗତିରେ ବାରି ମ୍ବାର୍ ଅଜାର୍ ଡାବୁ ଲାବ୍ ଡିଙ୍ଗ୍କେ । 18 ମାତର୍ ମୁଡ଼ି ଗତିରେ ମୁଇଙ୍ଗ୍ ଅଜାର୍ ବାଲେଗେ ମେଁ ମୁଇଙ୍ଗ୍ କୁରୁ ଗଃଚେ ସାଉକାର୍ନେ ଆତେନ୍ ଡାବୁକେ ବୁଡ଼ିଚେ ବଗେ ।" ବୁଦି
19 "ଜାବର୍ ଆର୍କେ ଇଡ଼ିଙ୍ଗ୍ ସାଉକାର୍ ପାଙ୍ଗ୍କେ ଆରି ଗତିରେଇଂ ଏତେ ଇସାବ୍ କିତାବ୍ ଡିଙ୍ଗ୍କେ । 20 ମାଲ୍ ଅଜାର୍ ରୁପା ଡାବୁ ଡୁଂୱେ ବକ୍ନେ ଗତିରେ ସାଉକାର୍କେ ବାରି ମାଲ୍ ଅଜାର୍ ଡାବୁ ଡୁଙ୍ଗ୍ୱେଚେ ବାସଙ୍ଗ୍କେ, ସାଉକାର୍ ନାଁ ଆନେଙ୍ଗ୍କେ ମାଲ୍ ଅଜାର୍ ରୁପା ଡାବୁ ବିଃନାବଗେ, ଆକେନ୍ କେଲା, ନେଙ୍ଗ୍ ଆରି ମାଲ୍ ଅଜାର୍ ଲାବ୍ ଡିଙ୍ଗ୍ମ୍ୱକେ ।"
21 ମେଁନେ ମାପ୍ରୁ ଆମେକେ ବାସଙ୍ଗ୍କେ, ମ୍ଣ୍ଡା ଚାକର୍ ବାରି ବିସ୍ବାସ୍ ଚାକର୍, ନା ଇକୁଡ଼ା ବିସ୍ରେ ବିସ୍ବାସ୍ ନାଡିଂକେସାଃ ନେଙ୍ଗ୍ ଆନାକେ ଜାବର୍ ବିସୟ୍ ଆଡ଼ାତ୍ରା ଦାଇତ୍ ମ୍ୱିଏ, ନା ମାପ୍ରୁକେ ସାର୍ଦାରେ ଗ୍ରଅନ୍ ଡିଂ ।
22 "ମ୍ବାର୍ ଅଜାର୍ ରୁପା ଡାବୁ ଡୁଂୱେବକ୍ନେ ଗତିରେ ପାଙ୍ଗ୍ଚେ ବାସଙ୍ଗ୍କେ, ଏ ସାଉକାର୍ ନାଁ ଆନେଙ୍ଗ୍ ମ୍ୱାର୍ ଅଜାର୍ ବିଃନାବଗେ ନେଙ୍ଗ୍ ଆରି ମ୍ୱାର୍ ଅଜାର୍ ଲାବ୍ ଡିଙ୍ଗ୍ମ୍ୱକେ ।"
23 ସାଉକାର୍ ବାସଙ୍ଗ୍କେ ଟିକ୍ ଡିଙ୍ଗ୍ ନାବକେ । ନା ଡିଗ୍ ନେଙ୍ଗ୍ନେ ନିମାଣ୍ଡା ଚାକର୍ । ଇକୁଡ଼ା ଦନ୍କେ ବିସ୍ବାସ୍ରେ କାମ୍ ଆଃସୁଏ ନାବ । ଜବର୍ ଦନ୍ ଆନାକେ ନେଙ୍ଗ୍ ରାସିଙ୍ଗ୍ଚେ ମ୍ୱିଏ । ଗେଃଲା ନାନେ ସାଉକାର୍ ଏତେ କୁଡ଼େଚେ ସାର୍ଦା ଡିଙ୍ଗ୍ ।
24 "ସାରାସାରିକେଲା ମୁଇଂ ଅଜାର୍ ରୁପା ଡାବୁ ଡୁଂୱେ ବକ୍ନେ ଗତିରେ ପାଙ୍ଗ୍ଚେ ବାସଙ୍ଗ୍କେ, ଏ ସାଉକାର୍ ନେଙ୍ଗ୍ ମ୍ୟାନ୍ଲେକେ ନା ମୁଇଙ୍ଗ୍ ଡାଟ୍ ରେମୁଆଁ । ବିଗ୍ ଆବକ୍ନେ ଲିଜନ୍ନିଆ ନା ୱେଃ ନାମ୍ୟାକେ । ଚୁମୁଜା ମାବିଗ୍ଚେ କିଆ ରାସିଙ୍ଗ୍ ନାମ୍ୟାଃକେ । 25 ଆତେନ୍ସା ନେଙ୍ଗ୍ ବୁଟଚେ ନାନେ ରୁପା ଡାବୁକେ ଡୁଂୱେଚେ ତୁବଃନ୍ନିଆ ଆତିଚେ ମ୍ବଗେ । କେଲା ନାଁ ନାବିଃକ୍ନେ ଆତେନ୍ ରୁପା ଡାବୁ ।"
26 "ସାଉକାର୍ ବାସଙ୍ଗ୍କେ, ପଟ୍କାର୍ ଆରି ଦୁସ୍ଟ ଗତିରେ ! ନା ଡି ମ୍ୟାନାଲେକେ ନେଙ୍ଗ୍ ଆଣ୍ଡି ବିଗ୍ନ୍ନାବ, ଆତ୍ଅରିଆ ନେଙ୍ଗ୍ ଉଁୱେଃଏ । 27 ତେଲା ନେଙ୍ଗ୍ ରୁପା ଡାବୁ ଡୁଂୱେଚେ ନାନେ କଲନ୍ତର୍ ନ୍ସା ରାସିଙ୍ଗ୍ଚେ ନାପାବ । ତେଲା ନେଙ୍ଗ୍ ଆମେକେ ପିଲ୍ ଏତେ ମ୍ପାବା ।"
28 ଆକେନ୍ ବାସଙ୍ଗ୍ଚେ ସାଉକାର୍ ଆଦେସ୍ ବିକେ, ଆକେନ୍ ଗତିରେନେ ନ୍ତିବାନ୍ ଆକେନ୍ ରୁପା ଡାବୁ ଡୁଂୱେଚେ ଜା ଅରିଆ ମାଲ୍ ଅଜାର୍ ଲେଃକେ, ଆମେକେ ବିଃପା । 29 ଡାଗ୍ଲା ଜାନେ ଲେଃକେ ଆମେକେ ଅଦିକା ବିଏ ଆରି ମେଁନେ ଅଗ୍ଲେ ଚଗ୍ଲେ ଡିଙ୍ଗ୍ୱେଏ । ମାତର୍ ଜାନେ ଣ୍ଡୁ ମେଁନେ ଜା ସାପା ଲେଃକେ ଆତେନ୍ ସାପା ଡିଗ୍ ଜଗ୍ ଡୁଂଡଏ । 30 ଆକେନ୍ ଦର୍କାର୍ ଣ୍ଡୁନେ ଚାକର୍କେ ତାଙ୍ଗ୍କିଗ୍ ପାଦାପାକା ଡୁଂୱେଲାପା । ଆତ୍ଅରିଆ ମେଁ ଅଁ ଅଁଚେ ଗିନିକେ ଗେରିଚିଆ ।