3 "ଆତ୍ମାନ୍ନିଆ ଗରିବ୍ ମନ୍ ବାବେଣ୍ଡ୍ରେ ନିମାଣ୍ଡାଃ;
ଡାଗ୍ଲା କିତଂ ରାଇଜ୍ ମେଇଂନେ !"
4 ଅଃଡିଙ୍ଗ୍କ୍ନେ ରେମୁଆଁଇଂ ଦନ୍ୟ;
ଡାଗ୍ଲା ଇସ୍ପର୍ ଆମେଇଂକେ ସାନ୍ତି ବିଏ !
5 ଦରମ୍ ରେମୁଆଁଇଂ ଦନ୍ୟ;
ଡାଗ୍ଲା ମେଇଂ ଦର୍ତନିନେ ଅଦିକାରି ଡିଂଆର୍ଏ !
6 ଇସ୍ପର୍ନେ ଇକ୍ଚାରେ ଜାଣ୍ଡେଇଂ କାମ୍ ଡିଙ୍ଗ୍ନେ ଜବର୍ ଆସା ରେମୁଆଁ ମେଇଂ ନିମାଣ୍ଡା, ଡାଗ୍ଲା ଆମେଇଂକେ ଇସ୍ପର୍ ସାର୍ଦା ଆଃଡିଙ୍ଗ୍ଏ ।
ଡାଗ୍ଲା ଇସ୍ପର୍ ଆମେଇଂକେ ସାର୍ଦା ଆଃଡିଙ୍ଗ୍ଏ !
7 ଜାଣ୍ଡେଇଂ ବିନ୍ଣ୍ଡ୍ରେନେ ଆଡ଼ାତ୍ରା ଲିବିସ ଡିଙ୍ଗ୍ଆର୍ଏ ମେଇଂ ଦନ୍ୟ;
ଡାଗ୍ଲା ଇସ୍ପର୍ ଆମେଇଂକେ ଲିବିସ ଡିଙ୍ଗ୍ଏ !
8 ଜାଣ୍ଡେଇଂନେ ଗାଗ୍ଡ଼େ ପର୍ଚଲ୍ ମେଇଂ ନିମାଣ୍ଡାଃ;
ଡାଗ୍ଲା ମେଇଂ ଇସ୍ପର୍କେ କେଆର୍ଏ !
9 ଜାଣ୍ଡେଇଂ ସାନ୍ତିରେ ଲେନ୍ସା ଇକ୍ଚା ଆଡିଙ୍ଗ୍ ଆର୍ଏ ମେଇଂ ଦନ୍ୟ;
ଡାଗ୍ଲା ମେଇଂ ଇସ୍ପର୍ନେ ଉଙ୍ଗ୍ଡେ ଡାଗ୍ଚେ ସ୍ନାମୁଁଆଃ ଡିଂଆର୍ଏ !
10 ଜାଣ୍ଡେଇଂ ଇସ୍ପର୍ନେ ଇକ୍ଚା ମେଁନେ ଆତେନ୍ କାମ୍ ଡିଙ୍ଗ୍ଚେ ଜାଣ୍ଡେଇଂ ତାଡ଼ନା ବାଆର୍ଏ ମେଇଂ ଦନ୍ୟ;
ଡାଗ୍ଲା କିତଂଇନି ମେଇଂନେ !
11 ରେମୁଆଁ ଅଃନା ଆପେକେ ନେଙ୍ଗ୍ ନ୍ସା ନିନ୍ଦା ଆରି କୁଟ୍ ଡିଙ୍ଗ୍ଆର୍ଏ, ବାରି ମିଚ୍ରେ ପେନେ ବିରଦ୍ରେ ସାପା ରକମ୍ ଦଦ୍ୟା ସାମୁଆଁ ବାସଙ୍ଗ୍ଏ, ତେଲା ପେ ନିମାଣ୍ଡା । 12 ପେ ନିଜେକେ ନିମାଣ୍ଡା ଡାଗ୍ଚେ ମନେ ଡିଙ୍ଗ୍ପା । ସାର୍ଦା ଡିଙ୍ଗ୍ଚେ ଉଲାସ୍ ଡିଙ୍ଗ୍ପା, ଡାଗ୍ଲା କିତଂନ୍ନିଆ ପେ ନ୍ସା ମ୍ନା ପୁରସ୍କାର୍ ବକେ । ପେନେ ନ୍ତା ଞ୍ଜା ଆରି ବାବବାଦିଇଂ ଡିଗ୍ ଦେକ୍ରକମ୍ ନିନ୍ଦା ବାଲେଃଆର୍ଗେ ।