44 ମାତର୍ ନେଙ୍ଗ୍ ଆପେକେ ବାସଙ୍ଗ୍ ଣ୍ଡିଙ୍ଗ୍ ସତ୍ରୁକେ ଆଲାଦ୍ ଡିଂପା । ଜାଣ୍ଡେଇଂ ଆପେକେ ନିନ୍ଦା ଡିଙ୍ଗ୍ଆର୍ଏ ମେଇଂ ନ୍ସା ପାର୍ତନା ଡିଙ୍ଗ୍ପା । 45 ଏନ୍ ଡିଙ୍ଗ୍ଲା ପେନେ କିତଂନେ ଆବାନେ ଉଙ୍ଗ୍ଡେ ଡାଗ୍ଚେ ସ୍ନାମୁଁଆଃ ପେଡିଙ୍ଗ୍ଏ । ଡାଗ୍ଲା ଇସ୍ପର୍ ନିମାଣ୍ଡା ଆରି ଦଦ୍ୟା ମ୍ବାର୍ ପ୍ରକାର୍ ରେମୁଆଁଇଂକେ ସ୍ନି ତାରାସ୍ ବିଏ ବାରି ନିମାଣ୍ଡା କାମ୍ ଆରି ଦଦ୍ୟା କାମ୍ ଡିଙ୍ଗ୍ମ୍ୟାକ୍ନେ ସାପାରେ ନ୍ସା ଣ୍ଡିଆ ଆଗୁର୍ ମ୍ୟାକେ ।