ଜିସୁ ମ୍ବାୟା ଗଲିଆ ସାଃକ୍ନେ ରେମୁଆଁକେ ନିମାଣ୍ଡା ଆଃଡିଂକେ
28 ଜିସୁ କେଣ୍ଡିଆ ଆଡ଼ା ପାକାପାକି ଗାଦରୀୟ ଏରିଆ ୱେଚାକ୍ନେ ଦାପ୍ରେ ମ୍ବାୟା ବୁତ୍ ସାଲେଃକ୍ନେ ରେମୁଆଁ ରାଚ୍ୟାବାନ୍ ତାର୍ଚେ ଜିସୁକେ ଅବାଆର୍କେ । ମେଇଂ ଦେକ୍ ରକମ୍ ବୟଙ୍କାର୍ ଲେଃଆର୍ଗେ ଜେ ଆତେନ୍ ଗାଲି ବିଚେ ଜାଣ୍ଡେ ଡିଗ୍ ୱେ ୱିଗ୍ଡିଙ୍ଗ୍ ଆୟା ଆର୍ଗେ ଣ୍ଡୁ । 29 ମେଇଂ ଜିସୁକେ କେକ୍ନେ ଦାପ୍ରେ କିରଚେ ବାସଙ୍ଗ୍ଆର୍କେ "ଏ ଇସ୍ପର୍ ଉଙ୍ଗ୍ଡେ ! ନେଂବାନ୍ ନାନେ ମେଃନେ ଚାଏଁନାଡିଙ୍ଗ୍କେ ? ନେନେ ବେଲା ଙ୍କାରେ ଡିଙ୍ଗ୍ଲା ଆନେକେ ମେଃନେ ଡଣ୍ଡ୍ ବିଃନେ ପାଙ୍ଗ୍ନାଲେଃକେ ?"
30 ଆରି ଆତ୍ବାନ୍ ଉଡ଼ି ସ୍ଲ ଡାଗ୍ରା ମାନ୍ଦା ଗୁବୁଗ୍ ଚଙ୍ଗ୍ ଆଡିଙ୍ଗ୍ଆର୍କେ । 31 ଆତେନ୍ ରେମୁଆଁଇଂନେ ବିତ୍ରେ ଲେଃକ୍ନେ ଗଲିଆଇଂ ଜିସୁକେ କୁସାମୁତି ଡିଙ୍ଗ୍ଚେ ବାସଙ୍ଗ୍ଆର୍କେ "ଆନେକେ ଜଦି ନୁଆଁ ବିନ୍ସା ଚାଏଁନାଡିଙ୍ଗ୍ ଆତେନ୍ ଗୁବୁଗ୍ ମାନ୍ଦା ବିତ୍ରେ ଆନେକେ ବେବିଲା ।"
32 ଜିସୁ ବାସଙ୍ଗ୍କେ, "ୱେଲାପା ।" ଗଲିଆଇଂ ଦାପେ ଦାପେ ରେମୁଆଁକେ ଆନ୍ତାର୍ ବିଚେ ଗୁବୁଗ୍ ମାନ୍ଦା ବିତ୍ରେ ଗାଆର୍କେ । ଗୁବୁଗ୍ ମାନ୍ଦା ୱିର୍ ଡୁଂୱେଚେ କଣ୍ଡା ଆଡ଼ାତ୍ରା ବାନ୍ ବୁନ୍ଦେ ରେଃସଚେ କେଣ୍ଡିଆନ୍ନିଆ ଲଡ଼େଚେ ଗୁଏଆର୍କେ ।
33 ଗୁବୁଗ୍ ତୁର୍ତ୍ୟାରେଇଂ ଡାଗ୍ରାନେ ଇନିନ୍ନିଆ ୱିର୍ ଡୁଂୱେଚେ ଗଲିଆ ସାଲେଃକ୍ନେ ରେମୁଆଁ ଆଡ଼ାତ୍ରା ମେଃନେ ଗଟେଲେଃଗେ ଆରି ବିନ୍ବିନ୍ ସାପା ସାମୁଆଁ ଆତ୍ଅରିଆ ବାସଙ୍ଗ୍ ଅଲେଙ୍ଗ୍ ଆର୍କେ । 34 ତେସା ଆତେନ୍ ଇନିନେ ସାପାରେ ଜିସୁକେ କୁଡ଼େଃ ନ୍ସା ତାର୍ଆର୍କେ ବାରି ଆମେକେ ଅବାଚେ ଆତେନ୍ ଏରିଆ ଆନ୍ତାର୍ ୱିଗ୍ନ୍ସା ଜିସୁକେ ଗୁଆରି ଡିଙ୍ଗ୍ଆର୍କେ ।