ଜାଇରସ୍ନେ ଉଙ୍ଗ୍ଡେ ଆରି ପ୍ରଦରଗ୍ରସ୍ଥ ରଗ୍କେ ନିମାଣ୍ଡା ଆଡିଙ୍ଗ୍କେ
18 ଜିସୁ ଏନ୍ ସାପା ଗ୍ୟାନ୍ ବିକ୍ଲା ମୁଇଙ୍ଗ୍ ଜିଉଦି ନେତା ଜିସୁନେ ଡାଗ୍ରା ପାଙ୍ଗ୍ଚେ ସାର୍ଲଚେ ବାସଙ୍ଗ୍କେ "ଏକ୍ରେଆଃ ନେଙ୍ଗ୍ ଗଡ଼େଅ ଗୁଏଃ ୱେଗେ । ଡାଗ୍ଲା ନା ପାଙ୍ଗ୍ଚେ ମେଁନେ ଆଡ଼ାତ୍ରା ନ୍ତି ବଲା ମେଁ ଡିଲାଡିଗ୍ ମ୍ବ୍ରଏ ।"
19 ଜିଆ ଜିଆ ଜିସୁ ତଡ଼୍ୟାକେ ବାରି ମେଁ ଆରି ମେଁନେ ସିସ୍ଇଂ ଆତେନ୍ ନେତାନେ ପ୍ଲା ୱେଆର୍କେ ।
20 ଜିସୁ ଗାଲିନ୍ନିଆ ୱେନେ ବେଲା ମୁଇଙ୍ଗ୍ ସେଲାମ୍ବୁଏଃ ରେମୁଆଁ ଜିସୁନେ ପ୍ଲା ପାକା ପାଙ୍ଗ୍ଚେ ଜିସୁନେ ପାଟାଇ ଜାଲିପୁଆଃକେ ଲିଗ୍କେ । ମେଁ ଗମ୍ବାର୍ ମୁଆଃ ସାଚେ ଆବୁଲେଃ ଡିଙ୍ଗ୍ନେ ରଗ୍ ଡିଙ୍ଗ୍ଲେଗେ । 21 ମେଁ ମନେ ମନେ ବାସଙ୍ଗ୍ଡିଂଗେ, "ମାତର୍ ମେଁନେ ପାଟାଇ ଲିଗ୍ ମ୍ବିଲା ନେଙ୍ଗ୍ ନିମାଣ୍ଡା ଣ୍ଡିଙ୍ଗ୍ଏ ।"
22 ଜିସୁ ପ୍ଲେଗ୍ଚେ ଆମେକେ କେଚେ ବାସଙ୍ଗ୍କେ "ଏ ଗଡ଼େଅ ସାଆସ୍ ସା ନାନେ ବିସ୍ବାସ୍ ଆନାକେ ନିମାଣ୍ଡା ଆଡିଙ୍ଗ୍ ବକେ ।" ଆତେନ୍ ଦାପ୍ରେ ଆତେନ୍ ସେଲାମ୍ବୁଏ ନିମାଣ୍ଡା ଡିଙ୍ଗ୍ ୱେଗେ ।
23 ଏନ୍ ଇଡ଼ିଙ୍ଗ୍ ଜିସୁ ଆତେନ୍ ଜିଉଦି ନେତାନେ ଡୁଆ ୱେଚାକେ । ଆତ୍ଅରିଆ ବଗ୍ଡେଙ୍ଗ୍ଣ୍ଡ୍ରେକେ ଆରି କିରମର ଡିଙ୍ଗ୍ଆର୍ଡିଂକ୍ନେ ରେମୁଆଁ ସାପାରେକେ କେଚେ ବାସଙ୍ଗ୍କେ 24 ଜିସୁ ବାସଙ୍ଗ୍କେ "ସାପାରେ ଆକ୍ବାନ୍ ତାର୍ ୱେଲାପା ଗଡ଼େଅ ଆଗୁଏକେ ଣ୍ଡୁ । ମାତର୍ ଡୁଲେଗ୍ ଲେଃକେ ।" ମେଁନେ ସାମୁଆଁ ଅଁଚେ ମେଇଂ ଏଃଲ୍ୟା ଆର୍କେ । 25 ମାତର୍ ମେଇଂ ତାର୍ ୱେକ୍ନେ ଇଡ଼ିଙ୍ଗ୍ ଜିସୁ ଗଡ଼େଅନେ ବାକ୍ରାନ୍ନିଆ ୱେଚେ ମେଁନେ ନ୍ତି ସାଚେ ଆତଡ଼ିଆକେ ଆରି ମେଁ ଦାପେ ଦାପେ ତଡ଼ିଆ କକେ । 26 ଏନ୍ ଗଟ୍ନା କବର୍ ଆତେନ୍ ଏରିଆ ସାପା ପାକା ଉଡ୍ରା ଡିଙ୍ଗ୍ୱେଗେ ।