6 ଡାଗ୍ଲା ଇସ୍ପର୍ ସାପାରେକେ ମେଃନେ ସ୍ଲେ ଇସାବ୍ରେ ପୁରୁସ୍କାର୍ ବିଏ । 7 ଉଡ଼ିରୁଆ ମଇମା ସନ୍ମାନ୍ ବାରି ଅଃନାଡିଗ୍ ମାଗୁଏନେ ଜିବନ୍ ବାନେ ଆସାରେ ବର୍କସ୍ ଏତେ ସତ୍କାମ୍ ଡିଙ୍ଗ୍ଚେ ୱେଡିଂଆର୍କେ ଆମେଇଂକେ ଇସ୍ପର୍ ଅଃନା ମାଡାନେ ଜିବନ୍ ବିଏ । 8 ବିନ୍ରେ ନିଜେ ଆତ୍ଲା ବାବେ ମ୍ୟାଆର୍କେ ସତ୍ ଗାଲିକେ ଆନ୍ତାର୍ଚେ ଦଦ୍ୟା ଗାଲି ୱେମ୍ୟାଆର୍କେ । ମେଇଂ ଆଡ଼ାତ୍ରା ଇସ୍ପର୍ନେ ରିସା ବଏଙ୍କାର୍ ଡିଙ୍ଗ୍ଏ । 9 ପର୍ତୁମ୍ ଜିଉଦି ଆରି ଗ୍ରୀକ୍ ସାପାରେ ଦଦ୍ୟା କାମ୍ ଡିଂନେ ରେମୁଆଁନେ ପାରାନ୍ ଆଡ଼ାତ୍ରା ଦୁକ୍ ଆରି କସ୍ଟ ଗଟେଏ । 10 ମାତର୍ ଜାଣ୍ଡେଇଂ ସତ୍କାମ୍ ଡିଙ୍ଗ୍ଲେଃଆର୍ଏ ମେଇଂ ଜିଉଦି ଡିଙ୍ଗ୍ଲେ ଅଣଜିଉଦିଇଂ ଡିଙ୍ଗ୍ଲେ ଆମେଇଂକେ ଇସ୍ପର୍ ସନ୍ମାନ୍ ମଇମା ବାରି ସାନ୍ତି ବିଏ । 11 ଡାଗ୍ଲା ଇସ୍ପର୍ ମୁଇଂ କିଜିଗୁଣ୍ଡୁନ୍ନିଆ ସମାନ୍ ବାବ୍ରେ ସାପାରେନେ ବିଚାର୍ ଡିଙ୍ଗ୍ଏ ।