ବିସ୍ବାସ୍ ଆରି କାମ୍
14 ବୟାଁ ଆରି ତନାଇଂ ଜାଣ୍ଡେଃ ଜଦି ବାସଙ୍ଗ୍ଏ ମେଁନେ ବିସ୍ବାସ୍ ଲେଃକେ ତେଲା କାମ୍ଡାଗ୍ରା ଆତେନ୍ ଆରାଃସୁଏ ଣ୍ଡୁ ତେଲା ମେଁ ସାମୁଆଁରେ ମେଃ ମୁଲ୍ୟ ଲେଃକେ ? ଦେତ୍ରକମ୍ ବିସ୍ବାସ୍ ଆମେକେ ଉଦାର୍ ବିୟାଏ କି ? 15 ମନେ ଡିଂପା ମେଃଣ୍ଡିଗ୍ ବୟାଁ କି ତନାନେ ପାଟାଇ ଆରି କାଦିନେ ଅବାବ୍ ଲେଃକେ 16 ଆରି ପେନେ ବିତ୍ରେବାନ୍ ଜାଣ୍ଡେଃ ଆମେକେ ଗାଗ୍ଡ଼େନେ ଦର୍କାର୍ ଜିନିସ୍ ମେଃଡିଗ୍ ମାବିଃଚେ ବାସଙ୍ଗ୍ଏ, ଉସୁମ୍ ଆରି ଉଗ୍ଚଂଚେ ସାନ୍ତିରେ ୱିଗ୍ଲା, ତେଲା ଆତ୍ଅରିଆ ମେଃ ଲାବ୍ ? 17 ବିସ୍ବାସ୍ ଟିକ୍ ଦେତ୍ରକମ୍ । କାମ୍ ଆଲେଃଲା ବିସ୍ବାସ୍ ଗୁଏୱେଏ ।