ଗାଥ୍ରେ ଦାଉଦ
10 ଏଉତ୍ତାରେ ଦାଉଦ ଉଠି ଶାଉଲଙ୍କର ସମ୍ମୁଖରୁ ସେହି ଦିନ ପଳାଇ ଗାଥ୍ର ରାଜା ଆଖୀଶ୍ ନିକଟକୁ ଗଲେ। 11 ତହିଁରେ ଆଖୀଶ୍ର ଦାସମାନେ ତାକୁ କହିଲେ, "ଏହି ଦାଉଦ କି ଦେଶର ରାଜା ନୁହନ୍ତି? ପୁଣି, ଲୋକମାନେ ତାଙ୍କ ବିଷୟରେ ନୃତ୍ୟ କରି କି ପରସ୍ପର କହି ନ ଥିଲେ,
‘ଶାଉଲ ବଧ କଲେ ସହସ୍ର ସହସ୍ର,
ଦାଉଦ ବଧ କଲେ ଅୟୁତ ଅୟୁତ?’"
12 ମାତ୍ର ଦାଉଦ ଏ କଥା ମନେ ରଖିଲେ, ପୁଣି, ଗାଥ୍ର ରାଜା ଆଖୀଶ୍କୁ ବଡ଼ ଭୟ କଲେ। 13 ଏଣୁ ସେ ସେମାନଙ୍କ ସାକ୍ଷାତରେ ଆପଣା ମତି ବଦଳାଇଲେ ଓ ସେମାନଙ୍କ ନିକଟରେ ଆପଣାକୁ ବାତୁଳ ପରି ଦେଖାଇ ଦ୍ୱାର କବାଟ ଆଞ୍ଚୁଡ଼ିଲେ ଓ ଆପଣା ଦାଢ଼ିରେ ଲାଳ ବୋହିବାକୁ ଦେଲେ। 14 ତହିଁରେ ଆଖୀଶ୍ ଆପଣା ଦାସମାନଙ୍କୁ କହିଲା, "ଦେଖ, ଏ ବାତୁଳ, ଏହା ତୁମ୍ଭେମାନେ ଦେଖୁଅଛ; ତୁମ୍ଭେମାନେ କାହିଁକି ଏହାକୁ ମୋର ପାଖକୁ ଆଣିଲ? 15 ମୋହର କʼଣ ବାତୁଳ ଲୋକର ଅଭାବ ଅଛି ଯେ, ତୁମ୍ଭେମାନେ ଏହାକୁ ମୋର ଆଗରେ ବାତୁଳ ବ୍ୟବହାର କରିବାକୁ ଆଣିଅଛ? ଏ ଲୋକ କʼଣ ମୋହର ଘରକୁ ଆସିବ?"