ଆଜ୍ଞାବହତାର ଆଶୀର୍ବାଦ
1 ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ସେହି ସବୁ ମାନିବା ପାଇଁ ଓ କରିବା ପାଇଁ ଯଦି ତୁମ୍ଭେ ତାହାଙ୍କ ରବରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମ୍ଭକୁ ଶ୍ରେଷ୍ଠ କରିବେ। 2 ଯଦି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବ ଶୁଣିବ, ତେବେ ଏହିସବୁ ଆଶୀର୍ବାଦ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭର ସଙ୍ଗ ଧରିବ।
11 ସଦାପ୍ରଭୁ ତୁମ୍ଭକୁ ଯେଉଁ ଦେଶ ଦେବାକୁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାରେ ତୁମ୍ଭକୁ ସନ୍ତାନ ଦେଇ, ତୁମ୍ଭ ପଶୁମାନଙ୍କୁ ଫଳ ଦେଇ ଓ ତୁମ୍ଭ ଭୂମିରୁ ଫଳ ଦେଇ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ। 12 ସଦାପ୍ରଭୁ ଯଥା ସମୟରେ ତୁମ୍ଭ ଭୂମିରେ ବୃଷ୍ଟି ଦେବାକୁ ଓ ତୁମ୍ଭ ହସ୍ତର ସମସ୍ତ କର୍ମରେ ଆଶୀର୍ବାଦ କରିବାକୁ ଆପଣା ଆକାଶ ରୂପ ଉତ୍ତମ ଭଣ୍ଡାର ତୁମ୍ଭ ପ୍ରତି ମୁକ୍ତ କରିବେ; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ ନେବ ନାହିଁ।
23 ପୁଣି ତୁମ୍ଭ ମସ୍ତକ-ଉପରିସ୍ଥ ଆକାଶ ପିତ୍ତଳ ହେବ ଓ ତୁମ୍ଭ ନୀଚସ୍ଥିତ ପୃଥିବୀ ଲୁହା ହେବ। 24 ସଦାପ୍ରଭୁ ତୁମ୍ଭ ଦେଶରେ ଜଳ ବଦଳେ ଧୂଳି ଓ ବାଲି ବର୍ଷାଇବେ, ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ତାହା ଆକାଶରୁ ତୁମ୍ଭ ଉପରେ ପଡ଼ିବ।