ଏକ ଶାନ୍ତିର ପ୍ରତିଜ୍ଞା
1 ଆହୁରି, ଯିରିମୀୟ, ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିବା ବେଳେ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ତାହାଙ୍କ ନିକଟରେ ଉପସ୍ଥିତ ହେଲା, ଯଥା, 2 "ଏହି କାର୍ଯ୍ୟର ସାଧନକର୍ତ୍ତା ସଦାପ୍ରଭୁ, ଯେ ଏହା ସୁସ୍ଥିର କରିବା ନିମନ୍ତେ ନିରୂପଣ କରିଅଛନ୍ତି, ସେହି ସଦାପ୍ରଭୁ ଏହି କଥା କହନ୍ତି; ସଦାପ୍ରଭୁ ତାହାଙ୍କର ନାମ; 3 ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କର, ତହିଁରେ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା, ପୁଣି ତୁମ୍ଭର ଅଜ୍ଞାତ ମହତ ଓ ଦୁଷ୍କର ବିଷୟମାନ ତୁମ୍ଭକୁ ଦେଖାଇବା।