2 ଏଥିରେ ସେ ସେମାନଙ୍କୁ କହିଲେ, "ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ,
‘ପିତଃ,
ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ।
ତୁମ୍ଭର ରାଜ୍ୟ ଆସୁ।
3 ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।
4 ଆମ୍ଭମାନଙ୍କର ପାପସବୁ କ୍ଷମା କର,
କାରଣ ଆମ୍ଭେମାନେ ମଧ୍ୟ ଆପଣା ଆପଣାର ପ୍ରତ୍ୟେକ ଅପରାଧୀକୁ କ୍ଷମା କରୁ।
ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ।’"