45 ଆଉ, ଯେଉଁ କୁଷ୍ଠୀର ଘାʼ ହୋଇଅଛି, ତାହାର ବସ୍ତ୍ର ଚିରାଯିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ଆପଣାର ଉପର ଓଷ୍ଠ ବସ୍ତ୍ରରେ ଢାଙ୍କିବ, ପୁଣି ‘ଅଶୁଚି ଅଶୁଚି’ ବୋଲି ଡାକ ପକାଇବ। 46 ତାହାଠାରେ ଯେତେ ଦିନ ଘାʼ ଥିବ, ସେତେ ଦିନ ସେ ଅଶୁଚି ରହିବ; କାରଣ ସେ ଅଶୁଚି ଅଟେ; ସେ ଏକାକୀ ବାସ କରିବ; ଛାଉଣିର ବାହାରେ ତାହାର ବାସସ୍ଥାନ ହେବ।
Publicidade