ଦର୍ଶନୀୟ ରୁଟି
5 ଆଉ, ତୁମ୍ଭେ ସରୁ ମଇଦା ନେଇ ତହିଁରେ ବାରଗୋଟି ପିଠା ପ୍ରସ୍ତୁତ କରିବ; ପ୍ରତ୍ୟେକ ପିଠା ଏକ ଐଫାର ଦୁଇ ଦଶମାଂଶ ହେବ। 6 ପୁଣି, ତୁମ୍ଭେ ଏକ ଏକ ଧାଡ଼ିରେ ଛଅ ଛଅ, ଏପରି ଦୁଇ ଧାଡ଼ି କରି ସଦାପ୍ରଭୁଙ୍କ ସମ୍ମୁଖରେ ନିର୍ମଳ ମେଜ ଉପରେ ତାହାସବୁ ରଖିବ। 7 ଆଉ, ପ୍ରତ୍ୟେକ ଧାଡ଼ି ଉପରେ ନିର୍ମଳ କୁନ୍ଦୁରୁ ଦେବ, ତାହା ସେହି ରୁଟିର ସ୍ମରଣାର୍ଥକ ଅଂଶ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ। 8 ପୁଣି, ଯାଜକ ପ୍ରତ୍ୟେକ ବିଶ୍ରାମବାର ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିତ୍ୟ ନିତ୍ୟ ସ୍ଥାପନ କରିବ; ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଏହା ଅନନ୍ତକାଳୀନ ନିୟମ। 9 ପୁଣି, ତାହା ହାରୋଣ ଓ ତାହାର ପୁତ୍ରଗଣଙ୍କର ହେବ; ଆଉ, ସେମାନେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭୋଜନ କରିବେ, କାରଣ ତାହା ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ମଧ୍ୟରେ ତାହା ପ୍ରତି ମହାପବିତ୍ର ଅଟେ; ଏହା ଅନନ୍ତକାଳୀନ ବିଧି।"