43 ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, "ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି; 44 କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା, ସେହିସବୁ ପକାଇଲା।"
Publicidade