ଯୀଶୁଙ୍କ ମାଆ ଓ ଭାଇମାନେ
31 ସେତେବେଳେ ତାହାଙ୍କ ମାଆ ଓ ଭାଇମାନେ ଆସି ବାହାରେ ଠିଆ ହୋଇ ତାହାଙ୍କୁ ଡକାଇ ପଠାଇଲେ। 32 ସେଥିରେ ତାହାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକସମୂହ ତାହାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ମା, ଭାଇ ଓ ଭଉଣୀମାନେ ବାହାରେ ଥାଇ ଆପଣଙ୍କୁ ଖୋଜୁଅଛନ୍ତି। 33 ସେ ସେମାନଙ୍କୁ ଉତ୍ତର ଦେଲେ, "ମୋହର ମାଆ ଓ ଭାଇମାନେ କିଏ?" 34 ଆଉ, ସେ ଆପଣା ଚାରିଆଡ଼େ ବସିଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, "ଦେଖ, ମୋହର ମାଆ ଓ ମୋହର ଭାଇମାନେ। 35 ଯେ କେହି ଈଶ୍ବରଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମା।"