2 ୫:୨ ଜନ ୨୧:୧୫-୧୭ଇସ୍ୱରନ୍ ଅଙ୍ଗା ଗୋସ୍ସାମେଡ୍ ଅସିଲୋଙ୍ବେନ୍ ସୋରୋପ୍ପାୟ୍ଲବେନ୍, ତିଆତେ ମନଙ୍ ତୁର୍ବା, ଅବାଲ୍ଲିନ୍ ଏଲୁମ୍ଡଙ୍, ଆର୍ପାୟ୍ ଇସ୍ୱରନ୍ ଆ ଇସ୍ସୁମ୍ ବାତ୍ତେ ଲବ୍ଡୟ୍ଲନ୍ ଲୁମ୍ବା, ଲାବନ୍ ଆଞନାଙ୍ ଆସନ୍ ଆସାଲନ୍ ଏଲୁମ୍ଡଙ୍, ବନ୍ଡ ସର୍ଡାନ୍ ବାତ୍ତେ ତିଆତେ ଲୁମ୍ବା । 3 ଆରି ଅଙ୍ଗା ମନ୍ରାଜି ଆ କାବ୍ବାଡ଼ା ଗିୟ୍ଗିଜନ୍ ଆସନ୍ ଅସିଲୋଙ୍ବେନ୍ ବିଡ଼ାରନ୍ ତନିୟନ୍ ଡେଲୋ, ଆମଙଞ୍ଜି ଆମ୍ୱେନ୍ ଏବ୍ସୋଡ଼ାସୋଡ଼ାଡଙ୍ନେ, ଆମଙଞ୍ଜି ଆମ୍ୱେନ୍ ଅବୟ୍ ଅନବ୍ଜଙନ୍ ଅନ୍ତମ୍ ମନଙ୍ କାବ୍ବାଡ଼ାନ୍ ଲୁମ୍ବା । 4 ମୁଡ଼ ତୁର୍ମେଡ୍ମରନ୍ ଆରବ୍ଗିୟ୍ତାତନ୍ ଆ ଡିନ୍ନା ଆମ୍ୱେନ୍ ଗନୁଗୁ ପନେମେଙ୍ ରନୁବ୍ବବନ୍ ଏଞାଙ୍ତେ, ତିଆତେ ଆଙ୍ଗିୟ୍ ଅଃନ୍ନଡିଲେ ।
5 ଏତ୍ତେଲେମା, ଏ ବେଣ୍ଡିଆସିୟ୍ଜି, ଆମ୍ୱେନ୍ ଆମ୍ମୁଙ୍ଗଡ୍ମରଞ୍ଜିଆଡଙ୍ ମାନ୍ନେବାଜି, ଆମ୍ୱେଞ୍ଜି ଅଡ଼୍କୋନ୍ବେନ୍ ଲଗଡ୍ ବୁଡ୍ଡିନ୍ ଆ ସିନ୍ରି ଜିଜିନାବା, ଇନିଆସନ୍ଗାମେଣ୍ଡେନ୍ ଡରମ୍ମ ସାସ୍ତ୍ରଲୋଙନ୍ ଆଇଡିଡ୍, "ଇସ୍ୱରନ୍ କଙ୍କ୍ରିମରଞ୍ଜିଆଡଙ୍ ଡଙ୍ତଜି, ଆରି ଅବ୍ସନ୍ନାଡମ୍ନେମରଞ୍ଜି ସାୟୁମ୍ତଜି ।"