3 ତିକ୍କି ଦ୍ରାକ୍ୟାଡାନ୍ ଆରଞିଡେନ୍ ଜିସୁନ୍ ଆୟୋଙ୍ ଆନିନ୍ଆଡଙ୍ ବରେନ୍, "ଆ ଦ୍ରାକ୍ୟାଡାଞ୍ଜି ଅଞିଡେନ୍ ।"
4 ସିଲତ୍ତେ ଜିସୁନ୍ ଆନିନ୍ଆଡଙ୍ ବରେନ୍, "ଆମନ୍ ଡ ଞେନ୍ ଇନି ଆ କୁଲମ୍ ? ଡିନ୍ନାଞେନ୍ ନମିନ୍ତାନ୍ ଅଣ୍ଡ୍ରଙ୍ ଅଡ଼ୋଆୟ୍ ।"
5 ଆୟୋଙନ୍ କମ୍ୱାରିମରଞ୍ଜିଆଡଙ୍ ବରେଞ୍ଜି, "ଆନିନ୍ ଆମ୍ୱେଞ୍ଜିଆଡଙ୍ ଅଙ୍ଗାତେ ବର୍ତବେନ୍, ତିଆତେ ଲୁମ୍ବା ।"