21 ଆପେୟନ୍ ଏଙ୍ଗାଲେ ଆରବୁମରଞ୍ଜିଆଡଙ୍ ଅବ୍ଡୋଲେ ଅବ୍ମେଙ୍ତଜି, ତି ଅନ୍ତମ୍ ଡାଙ୍ଗଡ଼ାଅନନ୍ ନିୟ୍ ଆନା ଲଡୟ୍ତେ ଆନିନ୍ଆଡଙ୍ ଅବ୍ମେଙ୍ତେ । 22 ଆପେୟନ୍ ଆନିନ୍ଡମ୍ ଆନ୍ନିଙ୍ଆଡଙ୍ ଅଃନ୍ନବ୍ପନ୍ସୁଆତିଏ, ପନ୍ସୁଆତିନ୍ ଆସନ୍ ଆନିନ୍ ଆ ଡାଙ୍ଗଡ଼ାଅନନ୍ଆଡଙ୍ ସନୋଡ଼ାନେନ୍ ତିୟେନ୍ । 23 ଏତ୍ତେଲ୍ଡେନ୍ ଆପେୟନ୍ଆଡଙ୍ ଏଙ୍ଗାଲେ ମନାନ୍ନେନ୍ ଡେତେ, ଡାଙ୍ଗଡ଼ାଅନନ୍ଆଡଙ୍ ନିୟ୍ ଏତ୍ତେଲେ ଅଡ଼୍କୋଞ୍ଜି ମାନ୍ନେତଜି । ଆନା ଡାଙ୍ଗଡ଼ାଅନନ୍ଆଡଙ୍ ଅଃମ୍ମାନ୍ନେଏ, ଆନିନ୍ଆଡଙ୍ ଆରାପ୍ପାୟ୍ଲାଞନ୍ ଆପେୟନ୍ଆଡଙ୍ ନିୟ୍ ଆନିନ୍ ଆଃମ୍ମାନ୍ନେଏ ।"
24 "ଆଜାଡ଼ିଡମ୍ ଞେନ୍ ଆମ୍ୱେଞ୍ଜିଆଡଙ୍ ବର୍ତବେନ୍, ଆନା ବର୍ନେଞେନ୍ ଅମ୍ଡଙ୍ଡାଲେ ଆନାପ୍ପାୟ୍ମର୍ଞେନ୍ଆଡଙ୍ ଡର୍ତନେ, ଆନିନ୍ ଅଃନ୍ନଞିଡେନ୍ ଆନମେଙ୍ ଞାଙେନ୍, ଆନିନ୍ ଆସନ୍ ପନ୍ସୁଆତିନ୍ ଅଃଡ୍ଡେଏ, ଆର୍ପାୟ୍ ରନବୁନ୍ ପଡ୍ଲେ ଅନମେଙ୍ଲୋଙନ୍ ଗନେନ୍ନି । 25 ଆଜାଡ଼ିଡମ୍ ଞେନ୍ ଆମ୍ୱେଞ୍ଜିଆଡଙ୍ ବର୍ତବେନ୍, ଡିନ୍ନାନ୍ ଅଡ଼ୋତାୟ୍, ଆରି ନମି ନିୟ୍ ଅଡ଼ୋଲାୟ୍ନି, ଅଙ୍ଗା ଆଡିଡ୍ ଆରବୁମରଞ୍ଜି ଇସ୍ୱରନ୍ ଆ ଡାଙ୍ଗଡ଼ାଅନ୍ ଆ ସର୍ରଙ୍ ଅମ୍ଡଙ୍ତଜି ଆରି ଆନାଜି ଅମ୍ଡଙ୍ତଜି, ତିଆଡିଡ୍ ଆନିଞ୍ଜି ଅମେଙ୍ତଜି । 26 ଇନିଆସନ୍ଗାମେଣ୍ଡେନ୍ ଆପେୟନ୍ ଏଙ୍ଗାଲେ ଅନମେଙନ୍ ତନିୟନ୍ ଆସନ୍ ଆମଙନ୍ ସନୋଡ଼ାନେନ୍ ଡକୋ, ଏତ୍ତେଲେ ଅନମେଙନ୍ ତନିୟନ୍ ଆସନ୍ ଆନିନ୍ ଡାଙ୍ଗଡ଼ାଅନନ୍ଆଡଙ୍ ନିୟ୍ ସନୋଡ଼ାନେନ୍ ତିୟେନ୍ । 27 ଆରି, ଆନିନ୍ ମନ୍ରା ଡାଙ୍ଗଡ଼ାଅନ୍ ଡେଏନ୍, ତିଆସନ୍ ଆପେୟନ୍ ପନ୍ସୁଆତିନ୍ ଆସନ୍ ଡାଙ୍ଗଡ଼ାଅନନ୍ଆଡଙ୍ ସନୋଡ଼ାନେନ୍ ତିୟେନ୍ । 28 କେନ୍ ଆସନ୍ ସାନ୍ନି ଡେଡଙ୍ବେନ୍ ତଡ୍, ଇନିଆସନ୍ଗାମେଣ୍ଡେନ୍ କେନ୍ ଅନ୍ତମ୍ ଡିନ୍ନାନ୍ ଅଡ଼ୋତାୟ୍, ତିଆଡିଡ୍ ଆରବୁମରଞ୍ଜି ଅଡ଼୍କୋଞ୍ଜି ଆ ସର୍ରଙନ୍ ଅମ୍ଡଙ୍ତଜି, 29 ସିଲଡ୍ଲ୍ଲନ୍ ଆନିଞ୍ଜି ମସାନ୍ନିନ୍ ସିଲଡ୍ ଡୋଲନ୍ ଜିର୍ତାଜି, ଆରି ଆନାଜି ମନଙ୍ କାବ୍ବାଡ଼ାନ୍ ଲୁମେଞ୍ଜି, ଆନିଞ୍ଜି ୟର୍ମେଙ୍ଲେ ଡୋଲନ୍ ଅନମେଙନ୍ ଞାଙ୍ତଜି, ଆରି ଆନାଜି ଏର୍ମନଙ୍ କାବ୍ବାଡ଼ାନ୍ ଲୁମେଞ୍ଜି, ଆନିଞ୍ଜି ଡୋଲନ୍ ପନବ୍ରଡନ୍ ଞାଙ୍ତଜି ।"
30 "ଞେନ୍ ସନୋଡ଼ାଞେନ୍ ବାତ୍ତେ ଇନ୍ନିଙ୍ ଲୁମ୍ଲେ ଅଃର୍ରପ୍ତିଆୟ୍, ଇସ୍ୱରନ୍ ଞେନ୍ଆଡଙ୍ ଏଙ୍ଗାଲେ ବାଁୟ୍ତିଁୟ୍, ଞେନ୍ ଏତ୍ତେଲେ ପନ୍ସୁଆତିତାୟ୍, ଆରି ପନ୍ସୁଆତିଞେନ୍ ଆଜାଡ଼ିନ୍, ଇନିଆସନ୍ଗାମେଣ୍ଡେନ୍ ଇସ୍ସୁମ୍ଞେନ୍ ବାତ୍ତେ ଲନୁମ୍ନେନ୍ ଆସନ୍ ଞେନ୍ ଅଃନ୍ନେର୍ରାୟ୍ ଅଃଗୋୟ୍ଲାୟ୍, ଆର୍ପାୟ୍, ଅନାପ୍ପାୟ୍ମର୍ଞେନ୍ ଆ ଇସ୍ସୁମ୍ ବାତ୍ତେ ତୁମ୍ ଲନୁମ୍ନେନ୍ ଆସନ୍ ଞେନ୍ ଏର୍ତାୟ୍ ଗୋୟ୍ତାୟ୍ ।"
31 "ଡନେଲୋଙ୍ଞେନ୍ ଞେନ୍ଡମ୍ ସାକିନ୍ ତିୟ୍ଲାୟ୍ ଡେନ୍, ଏତ୍ତେଲ୍ଡେନ୍ ତିଆତେ ଆଜାଡ଼ିନ୍ ଗାମ୍ଲେ ଅଃଜ୍ଜନାଲଙ୍ନେ ।