ଜିସୁନ୍ ସୋଡ଼ା ସିପ୍ପାୟନ୍ ଆ କମ୍ୱାରିମର୍ଆଡଙ୍ ମବ୍ନଙେନ୍
1 ଜିସୁନ୍ ମନ୍ରାଞ୍ଜି ଆମଙ୍ ଅଡ଼୍କୋନ୍ ଆ ବର୍ନେ ଅବ୍ସୁଜ୍ଜେଡାଲେ କପର୍ନାଉମ୍ ଗଡ଼ାନ୍ ଜିରେନ୍ । 2 ତି ଆ ବନେଡ଼ା ଅବୟ୍ ରୋମିଅ ସୋଡ଼ା ସିପ୍ପାୟନ୍, ଆନିନ୍ ଅଙ୍ଗା କମ୍ୱାରିମର୍ଆଡଙ୍ ଗୋଗୋୟ୍ ଡୁଙ୍ୟମେନ୍, ତି ଆ କମ୍ୱାରିମର୍ ଆକ୍ରାନ୍ ଅସୁଡାଲେ ଆର୍ରବୁଏନ୍ ଅନ୍ତମ୍ ଡେଏନ୍ । 3 ସୋଡ଼ା ସିପ୍ପାୟନ୍, ଜିସୁନ୍ ଆ ବର୍ନେ ଆରମ୍ଡଙେନ୍, ଆନିନ୍ ସୋଡ଼ା ସିପ୍ପାୟନ୍ ଆସିଂ ଇୟ୍ଲେ ଆ କମ୍ୱାରିମରନ୍ଆଡଙ୍ ମନବ୍ନଙନ୍ ଆସନ୍, ଜିସୁନ୍ଆଡଙ୍ ଅନୋଡ୍ଡେବାନ୍ ଲାଙ୍ଲେଡ୍ ଜିଉଦିଞ୍ଜି ଆ ପାପୁର୍ମର୍ଜିଆଡଙ୍ ବର୍ରେ ଜିସୁନ୍ ଆମଙ୍ ଆପ୍ପାୟେଞ୍ଜି । 4 ଆନିଞ୍ଜି ଜିସୁନ୍ ଆମଙ୍ ତୁଙ୍ଲାଜି କି ମାଡ୍ଡ କାକୁର୍ତିଡାଲନ୍ ଇୟ୍ଲାୟ୍ ବରେଜି, "ଆମନ୍ ଆନିନ୍ ଆସନ୍ କେନ୍ ଆ କାବ୍ବାଡ଼ା ଲନୁମନ୍ ଆସନ୍ ଆନିନ୍ ଜିଞ୍ଜିନ୍; 5 ଇନିଆସନ୍ଗାମେଣ୍ଡେନ୍ ଆନିନ୍ ଜାତିଲେନ୍ଆଡଙ୍ ଡୁଙ୍ୟମ୍ତେ ଆରି ଆନିନ୍ଡମ୍ ରନୁକ୍କୁସିଂଲେନ୍ ଗୁଲେ ତିୟ୍ଲଲେନ୍ ।"
6 ସିଲତ୍ତେ ଜିସୁନ୍ ଆନିଞ୍ଜି ସରିନ୍ ଇୟେନ୍ । ଆନିନ୍ ଅସିଙନ୍ ଆ ଡାସଙାୟ୍ ଆତ୍ରୁଙେନ୍ ଆଡିଡ୍, ରୋମିଅ ସୋଡ଼ା ସିପ୍ପାୟନ୍, ଆ ଗଡ଼ିଞ୍ଜିଆଡଙ୍ ଆପ୍ପାୟ୍ଡାଲେ ଜିସୁନ୍ଆଡଙ୍ ବରେନ୍, "ପ୍ରବୁ ଆମନ୍ ଆରି ବାଉଲ୍ଲିଡଙ୍ନେ, ଇନିଆସନ୍ଗାମେଣ୍ଡେନ୍ ଆମନ୍ ଅସିଂଞେନ୍ ଇୟ୍ତାୟ୍, ତିଆସନ୍ ଞେନ୍ ଜିଞ୍ଜିନ୍ ତଡ୍ । 7 ତିଆସନ୍ ଞେନ୍ ଅମଙ୍ନମ୍ ଅନିୟନ୍ ଆସନ୍ ଜିଞ୍ଜିନ୍ ଅଃନ୍ନବ୍ଡିସୟ୍ଲାୟ୍; ବନ୍ଡ ଅଜିଡ୍ ବାଁୟ୍ଲେ ବର୍ନା, କମ୍ୱାରିମର୍ଞେନ୍ ମନଙ୍ତେ । 8 ଇନିଆସନ୍ଗାମେଣ୍ଡେନ୍ ଞେନ୍ ଅବୟ୍ନେନ୍ ଆ ଜାୟ୍ତା ଡକୋଲନାୟ୍ ଜନଙ୍ଡେନ୍ ଜାୟ୍ତାଞେନ୍ ସିପ୍ପାୟଞ୍ଜି ଡକୋଜି; ଆରି ଞେନ୍ ଅବୟ୍ନେଆଡଙ୍ ‘ଜିରା’ ଗାମ୍ଲାୟ୍ ଡେନ୍ ଆନିନ୍ ଜିର୍ତେ; ଆନ୍ନାମର୍ଆଡଙ୍ ‘ଜିରାୟ୍’ ଗାମ୍ଲାୟ୍ ଡେନ୍ ଆନିନ୍ ଜିର୍ତାୟ୍; ଆରି, କମ୍ୱାରିମର୍ଞେନ୍ ‘କେନ୍ଆତେ ଲୁମା,’ ଗାମ୍ଲାୟ୍ ଡେନ୍ ଆନିନ୍ ତିଆତେ ଲୁମ୍ତେ ।"
9 ଜିସୁନ୍ କେନ୍ ଅଡ଼୍କୋନ୍ ଆ ବର୍ନେ ଅମ୍ଡଙ୍ଡାଲେ ସାନ୍ନି ଡେଏନ୍, ଆରି ଆୟର୍ଗୁଡ଼ିଃଲନ୍ ଆନିନ୍ ଆସ୍ରଣ୍ଡୋଙେଞ୍ଜି ଆ ମନ୍ରାଜିଆଡଙ୍ ତି ମନ୍ରାନ୍ ଆ ବର୍ନେ ବରେଞ୍ଜି, "ଞେନ୍ ଆମ୍ୱେଞ୍ଜିଆଡଙ୍ ବର୍ତବେନ୍, ଇସ୍ରାଏଲଞ୍ଜି ଆମଙ୍ଲୋଙ୍ ଜନଙ୍ ଡିୟ୍ନେ ସୋଡ଼ା ଆ ଡର୍ନେ ଅଣ୍ଡ୍ରଙ୍ ଞାଙାୟ୍ !"
10 ଆରି, ଆରାପ୍ପାୟ୍ଲନେନ୍ ଆ ମନ୍ରାଜି, ଅସିଙନ୍ ୟର୍ରନ୍ କମ୍ୱାରିମରନ୍ ଆମନଙ୍ ଇୟ୍ଲେ ଗିଜେଜି ।