21 ଜିସୁନ୍ ଆନିନ୍ଆଡଙ୍ ଡନୁଙ୍ୟମନ୍ ବାତ୍ତେ ଏର୍ସେଡ୍ମଡ୍ନେନ୍ ଆଙାଙ୍ଡାଲେ ବରେନ୍, "ଆମନ୍ ଅବୟ୍ ବର୍ନେଲୋଙନ୍ ଅସୋୟ୍ ଡକୋ, ଆମନ୍ ଜିର୍ରେ ଅଡ଼୍କୋନ୍ ଅନର୍ଜେନମ୍ ତମ୍ଲୋଙ୍ ତମ୍ଲେ ଡୋଲେୟ୍ମରଞ୍ଜିଆଡଙ୍ ଇୟ୍ ତିୟାଜି, ଆମନ୍ ରୁଆଙ୍ଲୋଙନ୍ ରନ୍ନାନ୍ ଞାଙ୍ତେ, ଆରି ଜିର୍ରେ ଞେନ୍ଆଡଙ୍ ଆୟ୍ ସଣ୍ଡୋଙିୟ୍ ।" 22 ବନ୍ଡ କେନ୍ ଆ ବର୍ନେ ଅମ୍ଡଙ୍ଡାଲେ ଆ ମୁକ୍କାନ୍ ଅସରେନ୍ ଆରି ଅମ୍ମୁସୁକାଲନ୍ ଜିରେନ୍, ଇନିଆସନ୍ଗାମେଣ୍ଡେନ୍ ଆନିନ୍ ଅବୟ୍ ଗମାଙ୍ମର୍ ଡକୋଏନ୍ ।