ଆସର୍ ଲୁଆନୁବନ୍ ସିଲଡ୍ ଞଙ୍ନେନ୍
20 ଡୋତାନ୍, ତି ଆ ତଙର୍ଗଡ୍ ଆଜିର୍ରେଞ୍ଜି ଆଡିଡ୍, ଆନିଞ୍ଜି ଲୁଆନୁବନ୍ ଆଜଡନ୍ ସିଲଡ୍ ଆସର୍ ଇୟ୍ଲେ ଗିଜେଜି । 21 ତିଆସନ୍ ପିତ୍ରନ୍ ଆମ୍ମୁଙ୍ ଆ ବର୍ନେ ମନ୍ନେଡାଲେ ଜିସୁନ୍ଆଡଙ୍ ବରେନ୍, "ଏ ଞନଙ୍ତିୟ୍ମର୍, ଗିଜା, ଆମନ୍ ଅଙ୍ଗା ଲୁଆନୁବ୍ ସୟ୍ପଏନ୍, ତିଆତେ ଅସରେନ୍ନି ।"
22 ଜିସୁନ୍ ଞଙ୍ନେମରଞ୍ଜିଆଡଙ୍ ଜାଲଙେଞ୍ଜି, "ଇସ୍ୱରନ୍ ଆମଙ୍ ଡର୍ନାବା । 23 ୧୧:୨୩ ମାତିଉ ୧୭:୨୦; ୧ କରନ୍ତି ୧୩:୨ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ଆନାଜନଙ୍ କେନ୍ ବରୁନ୍, ଆମନ୍ ଡୋଲନ୍ ସମେଁୟ୍ଣ୍ଡ୍ରାଲୋଙନ୍ ଇୟ୍ ଗଲୋଅମ୍ତୋ ଗାମ୍ଲେ ବର୍ତେ, ଆରି ଆ ଉଗର୍ଲୋଙନ୍ ଏର୍ଡାଲ୍ଗଡ୍ଲେ, ଅଙ୍ଗାତେ ବର୍ତନାୟ୍, ତିଆତେ ଗଡେଲ୍ତେ ଗାମ୍ଲେ ଡର୍ତନେ, ଆନିନ୍ ଆସନ୍ ତିଆତେ ଗଡେଲ୍ତେ । 24 ତିଆସନ୍, ଞେନ୍ ଆମ୍ୱେଞ୍ଜିଆଡଙ୍ ବର୍ତବେନ୍, ଆମ୍ୱେଞ୍ଜି ଅଙ୍ଗା ଅଙ୍ଗାତେ ଏପାର୍ତନାତନ୍ ଆରି ଏବେଡ୍ତେ, ତି ଅଡ଼୍କୋନ୍ ଏଞାଙ୍ଲାୟ୍ ଗାମ୍ଲେ ଡର୍ନାବା, ସିଲତ୍ତେ ତି ଅଡ଼୍କୋନ୍ ଏଞାଙ୍ତେ । 25 ୧୧:୨୫ ମାତିଉ ୬:୧୪,୧୫ଆରି, ଆମ୍ୱେଞ୍ଜି ଅଙ୍ଗା ଆଡିଡ୍ ପାର୍ତନାନେନ୍ ଆସନ୍ ଏଡୋତନ୍, ଆନ୍ନିଙ୍ ଆ ବିରୁଦଲୋଙ୍ ଇନ୍ନିଙ୍ ଆ ବର୍ନେ ଡକୋଏନ୍ ଡେନ୍, ଆନିନ୍ଆଡଙ୍ କେମାବା, ଏତ୍ତେଲ୍ଡେନ୍ ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ବେନ୍ ନିୟ୍ ଅଡ଼୍କୋ ଇର୍ସେବେନ୍ କେମାତବେନ୍ ।"