ପୁରାଡ଼ାନ୍ ଆନମେଙ୍
1 ଆନାଜି କ୍ରିସ୍ଟ ଜିସୁନ୍ ଆମଙ୍ ଡକୋଜି ନମି ଆନିଞ୍ଜି ଡୋସାମର୍ ଅଃଡ୍ଡେଏଜି । 2 ଇନିଆସନ୍ଗାମେଣ୍ଡେନ୍ ଅନମେଙ୍ ପୁରାଡ଼ାନ୍ ଆ ବନାଁୟ୍ବର୍ ବାତ୍ତେ କ୍ରିସ୍ଟ ଜିସୁନ୍ ବୟନ୍ ଡକୋଡାଲନ୍ ଇନ୍ଲେଞ୍ଜି ଇର୍ସେନ୍ ଡ ରନବୁଡାଗୋ ମୋସାନ୍ ଆ ବନାଁୟ୍ବର୍ ସିଲଡ୍ ତନାଣ୍ଡେନ୍ ଞାଙ୍ଲବୋ ।