ମଣ୍ଡଲିତେ ଉପାସନା ମାଡ଼ାନ୍ ନିୟମ୍
1 ନାନ୍ ମୁନେନ୍ ଅନୁରଦ୍ ମାଡ଼ିତାନ୍, ଉପାସନା ମାଡ଼ାନ୍ ୱେଲେ ସାର୍ରେତଡ଼୍ ସେଙ୍ଗେ ଇଶ୍ୱର୍ତାଗ୍ ପ୍ରାର୍ତନା, ନିବେଦନ୍ ନୁ ଦନ୍ୟବାଦ୍ କେଲାଟ୍ । 2 ଇଦେଲେକାମ୍ ଅନ୍ୟାୟ୍ତେ ଶାସନ୍ ମାଡ଼ାନଡ଼୍ ନୁ ରାଜାଲଡ଼୍ ସେଙ୍ଗେ ପ୍ରାର୍ତନା ମାଡ଼ାଟ୍, ବେଲାକି ଇଶ୍ୱର୍ତେ ବକ୍ତିତେ ଶାନ୍ତିତେ ମାନ୍ତାଡ଼୍ ନୁ ଆନ୍ୱେ ନାରୁଡ଼୍ ପ୍ରତି ସାୟେତ୍ ବ୍ୟବହାର୍ ମାଡ଼ି ସୁକାମ୍ ଶାନ୍ତିତେ ଜିୱୁଣ୍ଡ୍ ବାଦ୍କେ ପାର୍ଦ୍ତାଡ଼୍ । 3 ଇଦ୍ ଲେକାମ୍ ପ୍ରାର୍ତନା ତ୍ରାଣକର୍ତ୍ତାଲ୍ ଇଶ୍ୱର୍ତେ କଣ୍ଡେତେ ଯଥାର୍ତ ନୁ ଗ୍ରହନ୍ ଯୋଗ୍ୟ ।