ପ୍ରବୁ ୱାଦାନାଦ୍ ଦିନାମ୍
1 ହୋ ଦାଦାନଡ଼ି ନୁ ଏଲାସ୍କ୍, ଇଦ୍ ମିଇ ବିଷୟ ବେସୁଙ୍କ୍ ନୁ ବେନ୍ ପରିସ୍ଥିତେ ଗଟେମ୍ ଆଦ୍ତେ, ଆଦ୍ ବିଷୟ୍ତେ ମିଇ ପାକେ ବାତେଏ ଚିଟି ଲେକାନାଲ୍ଦ୍ ଦର୍କାଡ଼୍ ଇଲ୍ଲେ, 2 ୫:୨ ମାତିଉ ୨୪:୪3; ଲୁକ ୧୨:3୯; ୨ ପିତର୍ 3:୧୦.ବାତେଙ୍କ୍ଇତ୍କେ ନାର୍କେତେ ନାନେ ଡଙ୍ଗାଲ୍ ୱାଦାନ୍ ଲେକାମ୍ ପ୍ରବୁନ୍ ଦିନାମ୍ ୱାଦ୍ତେ, ହିଦ୍ ମିଡ଼୍ ଲେକେତ୍ ପୁତ୍ତିଡ୍ । 3 "ବେସୁଙ୍କ୍ ନାରୁଡ଼୍ ଶାନ୍ତି ନୁ ନିରାପଦ୍," ଇଞ୍ଜ କେସମାନ୍ତଡ଼୍, ଆସୁଙ୍କ୍ ଡଙ୍କେତ୍ତେ ମାନ୍ଦାନ୍ ନାଟାଡ଼୍ ନପ୍ତେ ୱେଲେ ହଟାତ୍ ଆୱ ତେରାନାଦ୍ ମାନ୍ତେ, ମେଣ୍ଡେ ଆୱ୍ ବେନ୍ଲେକାମ୍ ମିକା ଗେଲ୍ସ୍ପାନଙ୍କ୍ ଆୟ୍ୟ ।