ଜିସୁ ପିଲିପ୍ ନୁ ନିତନିୟେଲ୍ତିଙ୍କ୍ କାର୍ଙ୍ଗ୍ତଣ୍ଡ୍
43 ମେଣ୍ଡନ୍ଦିନେ ଜିସୁ ଗାଲିଲୀତାଗ୍ ଆଦ୍ଦାନ୍ ମାଇଦିଙ୍କ୍ ଇଚ୍ଛା ମାଡ଼୍ତଣ୍ଡ୍, ମେଣ୍ଡେ ଅଣ୍ଡ୍ ପିଲିପ୍ତିଙ୍କ୍ ଉଡ଼ିମେଣ୍ଡେ ଅଂକିଙ୍କ୍ କେତ୍ତଣ୍ଡ୍, "ନା ପେର୍କେ ୱାଡ଼ା ।" 44 ପିଲିପ୍ ବେତ୍ସାଇଦାତେ ନାରୁଣ୍ଡ୍ ମାତ୍ତଣ୍ଡ୍, ଆଦ୍ ଆନ୍ଦ୍ରିୟ ନୁ ପିତର୍ତେ ନାର୍ ମାତ୍ତେ । 45 ପିଲିପ୍ ନିତନିୟେଲ୍ତିଙ୍କ୍ ଉଡ଼ିମେଣ୍ଡେ ଅଂକିଙ୍କ୍ କେତ୍ତଣ୍ଡ୍, "ବେନ ବିଷୟ୍ତେ ମୋଶାଲ୍ ବ୍ୟବସ୍ଥା ବଇତାଗ୍ ଲେକିମିନ୍ଦେଣ୍ଡ୍, ମେଣ୍ଡେ ବାବବାଦିଡ଼୍ ଆନ୍ତେ ଲେକିମିନ୍ଦେଡ଼୍, ମାମ୍ ଅଂକିଙ୍କ୍ ଉଡ଼ି ମିନ୍ଦେମ୍; ଅଣ୍ଡ୍ ଯଷେପ୍ତେ ମାର୍ ନାଜରିତିୟ ଜିସୁ ।"