ଜିସୁ ନୁ ଜକୀୟ
1 ପେର୍କେ ଜିସୁ ଯିରୀୟତାଗ୍ ଆସି ମିକା ଆଦ୍ ଆଲା ଇସ୍ ଆଞ୍ଜ ମାତ୍ତଣ୍ଡ୍ । 2 ମେଣ୍ଡେ ଉଡ଼ାଟ୍, ଜକୀୟ ପେଦେର୍ ତଣ୍ଡ୍ ୱେରଣ୍ଡ୍ ନାରୁଡ଼୍ ମାତ୍ତଣ୍ଡ୍, ଅଣ୍ଡ୍ ୱେରଣ୍ଡ୍ ମୁକ୍ୟକରଗ୍ରାହୀ ନୁ ସାଉକାର୍ ନାରୁଡ଼୍ ମାତ୍ତଣ୍ଡ୍ । 3 ଜିସୁ ବେନଣ୍ଡ୍, ଅଂକିଙ୍କ୍ ଉଡ଼ାଙ୍କ୍ ଅଣ୍ଡ୍ ଇଚ୍ଛା ଆସମାତ୍ତଣ୍ଡ୍, ବାତେଙ୍କ୍ ଇତ୍କେ ନାରୁଡ଼୍ ମାନ୍ଦେ ମାଇଦିଙ୍କ୍ ଉଡ଼୍ ପାର୍ୱ ମାତ୍ତଣ୍ଡ୍, ବାତେଙ୍କ୍ ଇତ୍କେ ଅଣ୍ଡ୍ ବୁଟି ମାତ୍ତଣ୍ଡ୍ । 4 ଆଦିଙ୍କ୍ ଅଣ୍ଡ୍ ନାରୁଡ଼୍ତେ ମୁନେ ମିରିଆଞ୍ଜ୍ ଜିସୁଙ୍କ୍ ଉଡ଼ାନ୍ ସେଙ୍ଗ୍ ୱେରଡ଼୍ ତୟା ମାଡ଼େତାଗ୍ ତାର୍ତଣ୍ଡ୍, ବାତେଙ୍କ୍ ଇତ୍କେ ଆଦ୍ ହାର୍ ଇସ୍ ଜିସୁ ଆଦାନ୍ ମାତ୍ତେ । 5 ଜିସୁ ଆଦ୍ ପଡ଼ିୟେତାଗ୍ ୱାସ୍ ପରୁ ଉଡ଼ି ଜକୀୟଙ୍କ୍ କେତ୍ତଣ୍ଡ୍, "ଜକୀୟ ସିଟ୍ପାଟ୍ ଡିଗି ୱାଡ଼ା, ବାତେଙ୍କ୍ ଇତ୍କେ ନେଣ୍ଡ୍ ନାକିଂଙ୍କ୍ ବେଲାମେଣ୍ଡେ ନି ଲୋନ୍ ମାନ୍ଦେୱେଇତିତ୍ ।"
6 ଆଗାଙ୍କ୍ ଅଣ୍ଡ୍ ସିଟ୍ପାଟେ ଡିଗି ୱାସ୍ ୱେଡ଼୍କେତେ ଜିସୁଙ୍କ୍ ତାନ୍ ଲୋନ୍ କାର୍ଙ୍ଗି ହତ୍ତଣ୍ଡ୍ । 7 ଆଦ୍ ଉଡ଼ି ସାରେତଡ଼୍ ତାମ୍ତାମ୍ ଲୋପେ ତିରିୟି କେତାଙ୍କ୍ ପସ୍ପ୍ତ୍ତଡ଼୍, "ଅଣ୍ଡ୍ ୱେରଣ୍ଡ୍ ପାପି ମାନେୟ୍ତେ ଲୋନ୍ ମାନ୍ଦାଙ୍କ୍ ଆଦୁତନ୍ ।"
8 ଜକୀୟ ନିସ୍ ମିକା ପ୍ରବୁଙ୍କ୍ କେତ୍ତଣ୍ଡ୍, "ହୋ ପ୍ରବୁ ଉଡ଼େ, ନାୟାଦ୍ ସମ୍ପତ୍ତି କନ୍ସ୍ ଆଦ୍ ଦାନ ନାନେ ଗରିବ୍ ନାରୁଡ଼୍କିଂଙ୍କ୍ ଇଦୁତାନ୍, ମେଣ୍ଡେ ଯଦି ଅନ୍ୟାୟତେ, ବେନନାଗାଙ୍କ୍ ବାତ୍ତେ ଅସ୍ମାତ୍କେ, ମେଣ୍ଡେ ନାଲୁ ଗୁଣତେ ଆଦ୍ ମାଲ୍ପିଦୁତାନ୍ ।"
9 ଆଦିଙ୍କ୍ ଜିସୁ ଅଡ଼୍ ବିଷୟତେ କେତ୍ତଣ୍ଡ୍, "ନେଣ୍ଡ୍ ଇଦ୍ ଲୋନ୍ ପରିତ୍ରାଣ ୱାତ୍ତେ, ତ ଇଣ୍ଡ୍ ମିକା ୱେର୍ଣ୍ଡ୍ ଅବ୍ରାହାମ୍ତେ ମାର୍ । 10 ୧୯:୧୦ ମାତିଉ ୧୮:୧୧.ବାତ୍ ମାୟିମିନ୍ଦେ, ଆଦ୍ ମେହେକି ଗେଲ୍ସ୍ପାନ୍ ସେଙ୍ଗେ ନାରୁଡ଼୍ ପିଲେ ୱାସ୍ମିନ୍ଦେଣ୍ଡ୍ ।"