ଇର୍ୱୁଡ଼୍ ଶିଷ୍ୟଡ଼୍ ଇମ୍ମାୟୁ ହାର୍ତାଗ୍ ଆଞ୍ଜ ମାତ୍ତଡ଼୍
13 ମେଣ୍ଡେ ଉଡ଼େ, ଆଦ୍ ଦିନେ ଅଡ଼୍ ଲୋପେଙ୍କ୍ ଇର୍ୱୁଡ଼୍ ଯୀରୁଶାଲାମ୍ କନ୍ସ୍ ମାତର୍ ଏଗାର୍ କିଲମିଟର୍ ଜେକେତ୍ ଇମ୍ମାୟୁ ନାର୍ ଆଞ୍ଜ ମାତ୍ତଡ଼୍, 14 ଆଦ୍ ଦିନାମ୍ତେ ସାର୍ରେତଡ଼୍ ବେନେ ଗଟନା ଗଟେମ୍ ଆସ୍ ମାତ୍ତା ଆଦିନ୍ ବିଷୟତେ ତାମ୍ ଲୋପେ କେସମାତ୍ତଡ଼୍, 15 ଅଡ଼୍ ଗଟି ତିର୍ୟାନ୍ ୱେଲେ ନୁ ମିଟିଙ୍କ୍ ମାଡ଼ମାନ୍ଦାନ୍ ୱେଲେ ଜିସୁ ନିଜେ ଅଡ଼୍ ଗାର୍ରେ ୱାସ୍ ଅଡ଼୍ତଡ଼୍ ଆଦାନଙ୍କ୍ ପସ୍ପ୍ତଣ୍ଡ୍; 16 ବାତେଙ୍କ୍ ଇତ୍କେ ଅଡ଼୍ ଅଂକିଙ୍କ୍ ଉଡ଼୍ତଡ଼୍ ବାତେଙ୍କ୍ ଇତ୍କେ ଅଡ଼୍ ଜିସୁଙ୍କ୍ ଉଡ଼ି ଏଞ୍ଚାନଙ୍କ୍ ପାର୍ୱଡ଼୍ । 17 ଜିସୁ ଅଡ଼୍କିଂଙ୍କ୍ କେତ୍ତଣ୍ଡ୍, "ତାକ ତାକ ବେନ୍ ସାରେ ବିଷୟତେ ମିଡ଼୍ ତିର୍ୟୁତିଡ଼୍, ଆୱ୍ ସାରେ ବାତା ?" ଆଗାଙ୍କ୍ ଅଡ଼୍ ଦୁଃକାମ୍ ମକମ୍ ତେ ନିସ୍ ମାତ୍ତଡ଼୍ । 18 ଅଡ଼୍ଆଗାଙ୍କ୍ କ୍ଲେୟପା ପେଦେର୍ତଣ୍ଡ୍ ଜିସୁଙ୍କ୍ ଉତ୍ତର୍ ହିତ୍ତଣ୍ଡ୍, "ଯିରୁଶାଲେମ୍ ତାଗ୍ ମାନ୍ଦାନ୍ ନାରୁଡ଼୍ ଲୋପେକେ ନିମ୍ ୱେର୍ନି ଆଦ୍ ଜାଗେତାଦ୍ ଇଦ୍ ବେସର୍ ଦିନାତେ ଗଟନା ପୁନ୍ୱିନ୍ ?" 19 ଜିସୁ ଅଡ଼୍କିଂଙ୍କ୍ କେତ୍ତଣ୍ଡ୍, "ଇଦ୍ ବେସତ୍ ଗଟନା ?" ଅଡ଼୍ ଅଂକିଙ୍କ୍ କେତ୍ତଡ଼୍, "ନାଜରିତିୟ ଜିସୁନ୍ ବିଷୟ; ଅଣ୍ଡ୍ ଇଶ୍ୱର୍ ନୁ ସାରେତଡ଼୍ କନ୍ସ୍ ପାଡ଼ିୟି ନୁ ବାକ୍ୟତେ ୱେରଣ୍ଡ୍ ଶକ୍ତିନଡ଼୍ ବାବବାଦି ମାତ୍ତଣ୍ଡ୍ । 20 ମେଣ୍ଡେ ମା ମୁକ୍ୟ ଯାଜକ ନୁ ଶାସନ୍ କର୍ତ୍ତାଲଡ଼୍ ଅଙ୍କ୍ ଜିୱେ ଇସ୍ କ୍ରୁଶବିଦ୍ଦ ମାଡ଼୍ତଡ଼୍ ନୁ ଅଣ୍ଡ୍ ଡୋଲ୍ତଣ୍ଡ୍ । 21 ବାତେଙ୍କ୍ ଇତ୍କେ ବେନ ଇସ୍ରାଏଲ୍ ତିଙ୍କ୍ ମୁକ୍ତ ମାଡ଼ିତନ୍, ଅଣ୍ଡ୍ ଯେ ଇ ନାରୁଡ଼୍, ଆଦ୍ ମାମେ ଆଶେ ମାଡ଼ିମାତମ୍; ମାତର୍ ଆଉ ସାରେ ୱିଡ଼୍ସିକ୍କେ ଇଦ୍ ସାରେ ଗଟେମ୍ ଆତ୍ତାଦ୍ ନେଟ୍ତେ କଞ୍ଜ୍ ମୁଣ୍ଡ୍ ଦିନା ଆତ୍ତେ । 22 ମେଣ୍ଡେ ମିକା, ମା ଲୋପେକେ ବେସ୍କ୍ ନାଟା ମାକିଂଙ୍କ୍ ବାକ୍ୱା ଗଟି କେତ୍ତା; ଆୱ୍ ନାର୍କୁକେ ସମାଦିତା ଆଞ୍ଜ୍ ମାତ୍ତା, 23 ଆୱ୍ ନାଟା ଜିସୁନ୍ ମେନ୍ଦୁଲ୍ ଦର୍ସ୍କ୍ୱେକଟ ୱାସ୍ କେତ୍ତା ଯେ, ଆୱ୍ ନାଟା ଦୂତକିନାୱ୍ ଦର୍ଶନ୍ ମିକା ଆସ୍ ମିନ୍ଦେ ନୁ ଆୱ୍ ଦୂତ୍କ୍ କେତ୍ତା ଯେ, ଅଣ୍ଡ୍ ଜିୱେ ମିନ୍ଦେଣ୍ଡ୍ । 24 ମେଣ୍ଡେ, ମା ସାଙ୍ଗନ୍ ଲୋପେକେ ବେନ ସମାଦି ଗାର୍ରେ ଆଞ୍ଜ୍, ନାଟା ବେଲା କେସ୍ମାତ୍ତା, ଆଦେପୁଟୁଙ୍କ୍ ଉଡ଼୍ତଡ଼୍, ବାତେଙ୍କ୍ ଇତ୍କେ ଅଂକିଙ୍କ୍ ଉଡ଼ଡ଼୍ ।"
25 ଆଗାଙ୍କ୍ ଜିସୁ ଅଡ଼୍କିଂଙ୍କ୍ କେତ୍ତଣ୍ଡ୍, "ମିଡ଼୍ ବେସର୍ ବାକ୍ୱା, ବବିଷ୍ୟଦ୍ ବକ୍ତାଲଡ଼୍ ବାତେଏ ସାରେ କେସ୍ମାତ୍ତଡ଼୍ ଆଦ୍ ସତ୍ତିଙ୍କ୍ ବିଶ୍ୱାସ୍ ମାଡ଼ାଙ୍କ୍ ମିଡ଼୍ ବେସର୍ ଲେଟ୍ ମାଡ଼୍ତିଡ଼୍, 26 ଇଦ୍ ସାରେ ଦୁଃକାମ୍ ତେ କଷ୍ଟ ଆସ୍ ତାନ୍ ମଇମାତାଗ୍ ଆସାନଙ୍କ୍ ବାତେଏ କ୍ରିଷ୍ଟନାଦ୍ ଦର୍କାର୍ ଇଲ୍ୱେମାତ୍ତେ ?" 27 ମଶାଲ୍ ନୁ ସାରେତଡ଼୍ ବାବବାଦୀନି ଡ଼ାଗାଙ୍କ୍ ଆରାମ୍ ମାଡ଼ି ସାରେ ଦର୍ମଶାସ୍ତ୍ରତାଗ୍ ତାନ୍ ବିଷୟତେ ଗଟି ଜିସୁ ଅଡ଼୍କିଂଙ୍କ୍ ବୁଜାମାଡ଼ତଣ୍ଡ୍ ।
28 ଅଡ଼୍ ବେନ୍ ନାର୍ ଆଞ୍ଜମାତ୍ତଡ଼୍, ଆଦ୍ ନାର୍ ଗାର୍ରେ ହେଉତାଙ୍କ୍, ଅଣ୍ଡ୍ ମେଣ୍ଡେ ମୁନେ କେନେ ଆଦାନଙ୍କ୍ ଆଦାନ୍ ରକମ୍ ମାଡ଼ତଣ୍ଡ୍ । 29 ବାତେଙ୍କ୍ ଇତ୍କେ ଅଡ଼୍ ଜିସୁଙ୍କ୍ ଅନୁରଦ୍ ମାଡ଼ି କେତ୍ତଡ଼୍, "ମା ତଡ଼୍ ମାନ୍, ବାତେଙ୍କ୍ ଇତ୍କେ ମୁଲ୍ପୁଟ୍ ଆସମିନ୍ଦେ ନୁ ପଡ଼ଦ୍ ଆଞ୍ଜମିନ୍ଦେ ।" ଆଗାଙ୍କ୍ ଅଣ୍ଡ୍ ଅଡ଼୍ତଡ଼୍ ମାନ୍ଦାନଙ୍କ୍ ଲୋତ୍ତେ ଲୋପେ ଆତ୍ତଣ୍ଡ୍ । 30 ଅଡ଼୍ତଡ଼୍ ତିନ୍ଦାନଙ୍କ୍ କୁଦ୍ତେୱେଲେ ଅଣ୍ଡ୍ ରୂଟି ଆସ୍ ଆର୍ଶିବାଦ୍ ମାଡ଼ତଣ୍ଡ୍, ମେଣ୍ଡେ ଆଦ୍ ରୂଟି ଉହୁସ୍ ଅଡ଼୍କିଂଙ୍କ୍ ଇଦାନଙ୍କ୍ ପସ୍ପ୍ତଣ୍ଡ୍ । 31 ତାନ୍ପେର୍କେ ଅଡ଼୍ କଣ୍ଡା କୁଲେମ୍ ଆତ୍ତା ନୁ ଅଡ଼୍ ଆସୁଙ୍କ୍ ଜିସୁଙ୍କ୍ ଉଡ଼୍ତଡ଼୍; ମେଣ୍ଡେ ଅଣ୍ଡ୍ ଅଡ଼୍ ଉଡ଼ାନାଗାଙ୍କ୍ ମାୟିଆତ୍ତଣ୍ଡ୍ । 32 ଆଗାଙ୍କ୍ ଅଡ଼୍ ତାମ୍ତାମ୍ କେତ୍ତଡ଼୍, "ବେସୁଙ୍କ୍ ଆର୍ଦାଗ୍ ଅଣ୍ଡ୍ ମା ସାଙ୍ଗେ ଗଟି ତିର୍ୟମାତ୍ତଣ୍ଡ୍ ନୁ ମାକିଂଙ୍କ୍ ଦର୍ମଶାସ୍ତ୍ର ବୁଜାମାଡ଼ ମାତ୍ତଣ୍ଡ୍, ଆସୁଙ୍କ୍ ବାତେଏ ମା ହୃଦୟ୍ କାମ୍କେ ଆୟିୱେ ମାତ୍ତେ ?"
33 ତାନ୍ ପେର୍କେ ଅଡ଼୍ ଜାପେ ଆଗାଙ୍କ୍ ତେଦି ଯିରୁଶାଲେମ୍ତା ମାଲ୍ସ୍ଆଞ୍ଜ୍ ଗୁଡ଼୍ଡି ମାନ୍ଦାନ୍ ଏଗାର୍ ଜାନ୍ ଶିଷ୍ୟ ନୁ ତାମ୍ ସାଙ୍ଗଡ଼କ୍ ଉଡ଼୍ତଡ଼୍; 34 ଅଡ଼୍ କେସମାତ୍ତଡ଼୍, "ପ୍ରବୁ ନିଜାମ୍ ତେଦ୍ତଣ୍ଡ୍ ନୁ ଶିମୋନ୍ତିଙ୍କ୍ ତଅନ୍ଦି ମିନ୍ଦେଣ୍ଡ୍ ।"
35 ତାନ୍ ପେର୍କେ ଅଡ଼୍ ଇର୍ୱୁଡ଼୍ ହାର୍ଦାଗ୍ ବାତେସାରେ ଗଟେମ୍ ଆସ୍ମାତ୍ତେ, ମେଣ୍ଡେ ଅଡ଼୍ କେତ୍ତଡ଼୍, ଅଡ଼୍ ବେଲା ଜିସୁଙ୍କ୍ ରୂଟି ଉହୁତାନ୍ ୱେଲେ ହେଞ୍ଚ୍ ପାର୍ତଡ଼୍ । ଆଦ୍ ସାରେ ଗଟନା ଅଡ଼୍ ମୁନେ କେତ୍ତଡ଼୍ ।