ଜିସୁ ୱେର୍ଣ୍ଡ୍ ରୋମୀୟ ଦାସତିଙ୍କ୍ ସୁସ୍ଥ ମାଡ଼ତଣ୍ଡ୍
1 ଜିସୁ ନାରୁଡ଼୍କ୍ ତାନ୍ୱାଦ୍ ସାରେ ଗଟ୍ କେତାନାଦ୍ ତେର୍ସ୍ପି କଫର୍ନାହୁମ୍ ଟାୱୁନ୍ତାଗେ ଆତ୍ତଣ୍ଡ୍ । 2 ଆଦ୍ ଦିନାମ୍ତେ ୱେର୍ଣ୍ଡ୍ ଶତସେନାପତିତେ ଦାସ୍ ରଗାମ୍ ଆସ୍ ଡଲାନ୍ ରକମ୍ ଆସ୍ମାତ୍ତଣ୍ଡ୍, ଅଣ୍ଡ୍ ତାନୱେ ପ୍ରିୟଦାସ, ମାତ୍ତଣ୍ଡ୍ । 3 ଅଣ୍ଡ୍ ଜିସୁନ୍ ବିଷୟତେ କାବୁର୍ ଆସ୍, ଅଣ୍ଡ୍ ବେଲା ୱାସ୍ ତାନ୍ ଦାସତେ ଜିୱେ ରକ୍ଷା ମାଡ଼ତଣ୍ଡ୍, ଇଦିନ୍ ସେଙ୍ଗେ ଅନ୍ ଗାର୍ରେ ଯିହୁଦୀଡ଼୍ ଲୋପେ ବେସ୍କ୍ତୁଡ଼୍ ମୁକ୍ୟା ନାରୁଡ଼୍କିଂଙ୍କ୍ ରହସ୍ ଅଂକିଙ୍କ୍ ଅନୁରଦ୍ ମାଡ଼ତଣ୍ଡ୍ । 4 ଅଡ଼୍ ଜିସୁନ୍ ଗାର୍ରେ ଆଞ୍ଜ୍ ଅଂକିଙ୍କ୍ ନିଜାମ୍ ବିନତି ମାଡ଼ି କେତାଙ୍କ୍ ପସ୍ପ୍ତ୍ତଡ଼୍, "ଅଣ୍ଡ୍ ନିୱାଦ୍ ସାହାଯ୍ୟ ଆଦାନ୍ ସେଙ୍ଗେ ଯୋଗ୍ୟ ଆଦ୍ତନ୍; 5 ବାତେଙ୍କ୍ ଇତ୍କେ ଅଣ୍ଡ୍ ମାନ୍ ଜାତିତିଙ୍କ୍ ପ୍ରେମ୍ ମାଡ଼ୁତଣ୍ଡ୍ ନୁ ଅଣ୍ଡ୍ ନିଜେ ମାନ୍ ସେଙ୍ଗେ ସମାଜ୍ଲନ୍ ତିଆର୍ ମାଡ଼ିସ୍ ମିନ୍ଦେଣ୍ଡ୍ ।"
6 ଆଗେଙ୍କ୍ ଜିସୁ ଅଡ଼୍ ତଡ଼୍ ଆତ୍ତଣ୍ଡ୍ । ଅଣ୍ଡ୍ ଲୋତ୍ତେ ସୁଦୁର୍ ଦୁରାମ୍ ହେୱତାୱେୟେ, ଶତସେନାପତି ସାଙ୍ଗଡ଼କ୍ ରହସ୍ ଅଂକିଙ୍କ୍ କେତ୍ତଣ୍ଡ୍, "ପ୍ରବୁ କଷ୍ଟ ମାଡ଼୍ମାଟ୍; ବାତେଙ୍କ୍ ଇତ୍କେ ନିମ୍ ଯେ ନା ଲନ୍ ଡେକେ ୱାଟିତି, ନାନ୍ ଇଦ୍ ରକମ୍ ଯୋଗ୍ୟ ଆୟ୍ୟ; 7 ତ ନାନ୍ ନି ଗାର୍ରେ ଆଦାଙ୍କ୍ ନିଜେତିଙ୍କ୍ ଯୋଗ୍ୟ ହେର୍କେ ମାଡ଼ନ୍; ବାତେଙ୍କ୍ ଇତ୍କେ ୱେରନ୍ ପଦ୍ ଗଟ୍ ମାଡ଼ା, ନା ଦାସ ସୁସ୍ଥ ଆଦ୍ତନ୍ । 8 ବାତେଙ୍କ୍ ଇତ୍କେ ନାନ୍ ୱେରନ୍ ଅଦିନତେ ମାତ୍କେ ମିକା ନା ଆଦିନ୍ ତେ ସୈନିଡ଼୍ ମିନ୍ଦେଡ଼୍; ମେଣ୍ଡେ, ନାନ୍ ଅର୍ତୁଙ୍କ୍ ଆନ୍ ଇତ୍କେ ଅଣ୍ଡ୍ ଆଦ୍ତନ୍; ଅର୍ତୁଙ୍କ୍ ୱାଡ଼ା ଇତ୍କେ ଅଣ୍ଡ୍ ୱାଦ୍ତଣ୍ଡ୍; ମେଣ୍ଡେ ନା ଦାସଙ୍କ୍ ଇଦ୍ ମାଡ଼ା ଇତ୍କେ ଅଣ୍ଡ୍ ଆଦ୍ ମାଡ଼ିତନ୍ ।"
9 ଜିସୁ ଇଦ୍ ସାରେ ଗଟ୍ କେଞ୍ଜି ବାକ୍ୱା ଆତ୍ତଣ୍ଡ୍, ମେଣ୍ଡେ ତିଡ଼ିୟି ମିକା ପେର୍କେ ୱାସ୍ ମାନ୍ଦାନ୍ ନାରୁଡ଼୍ ସାରେତଡ଼୍କିଂଙ୍କ୍ କେତ୍ତଣ୍ଡ୍, "ନାନ୍ ମିକିଂଙ୍କ୍ କେତୁତାନ୍, ଇସ୍ରାଏଲ୍ ଲୋପେ ଇସ ବାଡ଼ିୟାଦ୍ ବିଶ୍ୱାସ୍ ଦର୍ସ୍କନ୍ !"
10 ମେଣ୍ଡେ, ରହତେ ନାରୁଡ଼୍ ଲୋନ୍ ମାଲ୍ସ୍ ୱାସ୍ ଦାସଙ୍କ୍ ସୁସ୍ଥ ଉଡ଼୍ତଡ୍ ।