24 ଯୋହନ୍ତେ ଶିଷ୍ୟଡ଼୍ ଆତ୍ତେ ପେର୍କେ ଜିସୁ ଯୋହନ୍ତେ ବିଷୟ୍ ନାରୁଡ଼୍କିଂଙ୍କ୍ କେତାଙ୍କ୍ ପସ୍ପ୍ତଣ୍ଡ୍, ମିଡ଼୍ ବାତେଏ ଉଡ଼ାନ୍ ସେଙ୍ଗେ ଉସ୍କ ନେଲ୍ଦା ପେଇସ୍ ଆଞ୍ଜ୍ ମାତ୍ତିଡ୍ ? ବାଆତେ ଗାଲ୍ଦେ ଉଙ୍ଗାନାଦ୍ ୱେରଟ୍ ୱେଦୁର୍ ? 25 ଆଦ୍ ଆୟୋକ୍ ମିଡ଼୍ ବାତେଏ ଉଡ଼ାନ୍ ସେଙ୍ଗେ ପେଇସ୍ ଆଞ୍ଜ୍ ମାତ୍ତିଡ୍ ? ବେନଙ୍କ୍ ଦାମ୍ଦେ ସିଲେ କେର୍ ତେ ଅର୍ତୁଣ୍ଡ୍ ନାରୁଙ୍କ୍ ? ଉଡ଼ାଟ୍, ବେନଡ଼୍ ଦାମ୍ଦାଉ ସିଲେ କେର୍ତିତଡ଼୍, ଅଡ଼୍ ରାଜ ପ୍ରସାଦତାଗ୍ ମାନ୍ତଡ଼୍ । 26 ନାକିଂଙ୍କ୍ କେଲ୍ମ୍, ଆଦ୍ ଆୟୋକ୍ ବାତେଏ ଉଡ଼ାନ୍ ସେଙ୍ଗେ ପେଇସ୍ ଆଞ୍ଜ୍ ମାତ୍ତିଡ୍ ? ବେନଙ୍କ୍ ଅର୍ତୁଣ୍ଡ୍ ବାବବାଦୀଙ୍କ୍ ? ନାନ୍ ମିକିଂଙ୍କ୍ ନିଜାମ୍ କେତୁତାନ୍, ବାବବାଦୀନ୍ କଞ୍ଜ୍ ଗାଟି ବାଡ଼ିୟଣ୍ଡ୍ ନାରୁଙ୍କ୍ । 27 ଯୋହନ୍ତେ ବିଷୟତେ ଇଦ୍ ଶାସ୍ତ୍ରତାଗ୍ ଲେକାମିନ୍ଦେ, ଇଶ୍ୱର୍ କେତ୍ତଣ୍ଡ୍, ଉଡ଼ାଟ୍, ମାମ୍ ମା ଦୂତ୍ତିଙ୍କ୍ ମି ମୁନେ ରହତୁତମ୍, ଅଣ୍ଡ୍ ମି ମୁନେ ମିୱାଦ୍ ହାର୍ ତିଆର୍ ମାଡ଼ିତନ୍, ଇଣ୍ଡ୍ ଆଦ୍ ନାରୁଡ଼୍ ଯୋହନ୍ । 28 ନାନ୍ ମିକିଂଙ୍କ୍ କେତୁତାନ୍, "ନାଟାଡ଼୍ ତାଗାଙ୍କ୍ ଜନମ୍ ସାରେତଡ଼୍ ଲୋପେ ଯୋହନ୍ତେ କଞ୍ଜ୍ ମହାନ୍ ବେନ ଇଲାଣ୍ଡ୍; ମିକା ଇଶ୍ୱର୍ତେ ରାଜ୍ୟତାଗ୍ ଯେ ସୁଦୁନଣ୍ଡ୍, ଅଣ୍ଡ୍ ଯୋହନ୍ କନ୍ସ୍ ମିକା ମହାନ୍ ।"
29 ୭:୨୯ ମାତିଉ ୨୧:3୨; ଲୁକ 3:୧୨. ବେନଡ଼୍ ଇଦ୍ ସାରେ ଗଟ୍ କେଞ୍ଜ ମାତ୍ତଡ଼୍, ଅଡ଼୍, ବିସ୍ୱାଶ୍ତଡ଼୍ କର ଆଦାୟ ମାଡ଼ାନଡ଼ି, ଇଶ୍ୱର୍ତେ ନିଜାମ୍ ଦାବୀ ସାରେ ମାଡ଼ି ଯୋହନ୍ତେ ତଡ଼୍ ବାତିସ୍ମ ଇସ୍ମାତ୍ତଡ଼୍ । 30 ବାତେଙ୍କ୍ ଇତ୍କେ ପାରୂଶୀଡ଼୍ ନୁ ଦର୍ମଗୁରୁଡ୍ ତାମ୍ ଜିୱୁଣ୍ଡ୍ ତେ ସେଙ୍ଗେ ଇଶ୍ୱର୍ତେ ଉଦ୍ଦେଶ୍ୟ ଗ୍ରହନ୍ ମାଡ଼କଟ୍ ଯୋହନ୍ତେ କନ୍ସ୍ ବାତିସ୍ମ ଆୟୱେ ମାତ୍ତଡ଼୍ ।