ଜିସୁନ୍ ଦିବ୍ୟ ରୁପାନ୍ତର
1 ଜିସୁ ହିଦିନ୍ ଆରୁଦିନା ପେର୍କେ ପିତର୍ ନୁ ଯାକୁବ୍ ଯୋହନ୍ ତେ ଇର୍ୱୁଡ଼୍ ତାମୁଣ୍ଡ୍କିଡ଼୍କ୍ ଆସ୍ ୱେରଡ଼୍ ଡେଙ୍ଗ୍ ମେଟେତାଗ୍ ଆଦ୍ତଡ଼୍ ଆଗେ ବେନ ହିଲ୍ୱେ ମାତ୍ତଡ଼୍ । 2 ଶିଷ୍ୟଡ଼୍ ଉଡ଼୍ନା ଜିସୁନ୍ ମୁନେତ୍ ଲେକାମ୍ ମିଡ଼୍ନ୍ତଣ୍ଡ୍ । ଅନ୍ ମକମ୍ ପଡ଼ଦ୍ ଲେକାମ୍ ୱେସ୍ ଆତ୍ତେ ନୁ ଅନ୍ ଚକା ୱେସ୍ଇନା ସାୟେ ତନ୍ତତେ । 3 ମଶାଲ୍ ନୁ ଏଲିୟ ଜିସୁନ୍ ତଡ଼୍ ଗଟି ତିର୍ୟାନାଦ୍ ଶିଷ୍ୟଡ଼୍ ଉଡ଼୍ତଡ଼୍ । 4 ପିତର୍ ଜିସୁଙ୍କ୍ କେତ୍ତାନ୍, "ବେସର୍ ସୁକାମ୍ତେ ଗଟ୍, ନେଣ୍ଡ୍ ମାମ୍ମେ ଇଗେ ମିନ୍ଦେମ୍ । ନିମ୍ ଯଦି ଇଚ୍ଛା ମାଡ଼ୁତିନ୍, ଇଗେ ନାନ୍ ମୁଣ୍ଡ୍ ଗୁଡ଼ୁସା ମାଡ଼ିତାନ୍ । ୱେରଡ଼୍ ନି ମାଇଦିଙ୍କ୍, ମେଣ୍ଡେ ରେଣ୍ଡ୍ ମଶାଲ୍ ନୁ ଏଲିୟନ୍ ମାଇଦିଙ୍କ୍ ।"
5 ୧୭:୫ ମାତିଉ 3:୧୭; ୧୨:୧୮; ମାର୍କ ୧:୧୧; ଲୁକ 3:୨୨. ୧୭:୫ ୨ ପିତର୍ ୧:୧୭,୧୮. ପିତର୍ ଆଦ୍ କେତ୍ତାନ୍ ୱେଲେ ୱେରଡ଼୍ ୱେସ୍ତେ ମାବ୍ ଅଡ଼୍କିଂଙ୍କ୍ ତାଲେତ୍ ପର୍ର ୱାତ୍ତେ ନୁ ଆଗାଙ୍କ୍ କେଞ୍ଜ୍ତଡ଼୍, "ହୋ ନା ପ୍ରିୟ ମାର୍, ଇନାଗେ ନାନ୍ ପେର୍କେ ସାର୍ଦେ । ଅନ୍ ଗଟ୍ ମନ୍ଇସ୍ କେଞ୍ଜାଟ୍ ।"