କ୍ଷମା ଇୱେ ମାନ୍ଦାନ୍ ପାଡ଼୍ୟି ମାଡ଼୍ତେନନ୍ ଗଟ୍
21 ୧୮:୨୧ ଲୁକ ୧୭:3,୪. ଅନ୍ ଦିନ୍ ପିତର୍ ୱାସ୍ ଜିସୁଙ୍କ୍ କେତ୍ତାନ୍, "ପ୍ରବୁ ୱେରଣ୍ଡ୍ ନା ତାମୁଣ୍ଡ୍ ନା ବିରୁଦ୍ତେ ସେନେମାନ୍ ଦଷ୍ ମାଡ଼ମାତ୍କେ, ଅଂକିଙ୍କ୍ ନାନ୍ ବେସ୍ଦାମ୍ କ୍ଷମା ମାଡ଼ିତାନ୍ ? ବାତେଏ ସାତ୍ଦାମ୍ ?"
22 ଜିସୁ କେତ୍ତାନ୍, "ଇଲ୍ଲେ ସାତ୍ଦାମ୍ ଆୟ୍ୟ । ସାତ୍ଦାମ୍ ସତୁରି ଗୁଣ୍ ।