କ୍ଷମା ଇୱେ ମାନ୍ଦାନ୍ ପାଡ଼୍ୟି ମାଡ଼୍ତେନନ୍ ଗଟ୍
21 ୧୮:୨୧ ଲୁକ ୧୭:3,୪. ଅନ୍ ଦିନ୍ ପିତର୍ ୱାସ୍ ଜିସୁଙ୍କ୍ କେତ୍ତାନ୍, "ପ୍ରବୁ ୱେରଣ୍ଡ୍ ନା ତାମୁଣ୍ଡ୍ ନା ବିରୁଦ୍ତେ ସେନେମାନ୍ ଦଷ୍ ମାଡ଼ମାତ୍କେ, ଅଂକିଙ୍କ୍ ନାନ୍ ବେସ୍ଦାମ୍ କ୍ଷମା ମାଡ଼ିତାନ୍ ? ବାତେଏ ସାତ୍ଦାମ୍ ?"
22 ଜିସୁ କେତ୍ତାନ୍, "ଇଲ୍ଲେ ସାତ୍ଦାମ୍ ଆୟ୍ୟ । ସାତ୍ଦାମ୍ ସତୁରି ଗୁଣ୍ । 23 ସ୍ୱର୍ଗରାଜ୍ୟତେ ମେଣ୍ଡେ ୱେରଡ଼୍ ଗଟ୍ କେଞ୍ଜା । ଅଣ୍ଡ୍ ଦିନ୍ ରାଜାଲ୍ ଦାସଡ଼୍କିଙ୍କ୍ ହିସାବ୍ତେ ଇସାପ୍ ମାଡ଼ାଙ୍କ୍ ଏର୍କା ମାଡ଼୍ତଣ୍ଡ୍ । 24 ଅଣ୍ଡ୍ ଇ ପାଡ଼୍ୟି ଆରାମ୍ ମାଡ଼୍ତେ ୱେଲେ ୱେରଙ୍କ୍ ସାକର୍ତିଙ୍କ୍ ପୟ୍ସ୍ ଅନ୍ପାକେ ତାତ୍ତଡ଼୍ । ଅଣ୍ଡ୍ ତାନାଗାଙ୍କ୍ ଲକ୍ଷ ଲକ୍ଷ ଡାବ୍କ୍ ଉଦାର୍ ଆସ୍ ମାତ୍ତନ୍ । 25 ଉଦାର୍ ଦେହେତାଙ୍କ୍ ସେଙ୍ଗେ ଆ ନାରୁନାୱୁ ଆସର୍ ସମ୍ପତି ଇଲ୍ୱେ ମାତ୍ତେ । ଆଦିଙ୍କ୍ ଅନ୍ ମୁତେଙ୍କ୍ ନୁ ପିଲାଙ୍କ୍ ୱାମି ମିକା ଇଦାଙ୍କ୍ ରାଜାଲ୍ ଅଂକିଙ୍କ୍ କେତ୍ତାନ୍ ।" 26 ଆଦ୍ ଚାକର୍ ରାଜାନ୍ ଡେକାନ୍ ମଦଲ୍ ରାଲି ଅନୁରଦ୍ ମାଡ଼ି କେତ୍ତାନ୍, "ମେଣ୍ଡେ ସୁଦୁଟ୍ ଶକ୍ତିତେ ମାନ୍ ମଣିମା ନାନ୍ ନିୟାଦ୍ ସାରେ ଉଦାର୍ ଦେହେସିଦ୍ତାନ୍ ।" 27 ରାଜାନ୍ ମନ୍ଦାଗ୍ ଦୟା ଆତ୍ତେ, ଆଦିଙ୍କ୍ ଉଦାର୍ତାଗାଙ୍କ୍ କ୍ଷମା ଇସ୍ ଅଣ୍ଡ୍ ଦାସଙ୍କ୍ ୱିଡ଼୍ସିତ୍ତନ୍ ।
28 "ଆ ନାରୁଡ଼୍ ଆଦାନ୍ ୱେଲେ ଅନାଗାଙ୍କ୍ ସୁଦୁଟ୍ ଉଦାର୍ ଆସ୍ମାନ୍ଦାନ୍ ମେଣ୍ଡେ ୱେରନ୍ ସେବକ୍ ତଡ଼୍ କାଇଲ୍ତଣ୍ଡ୍ । ଅଣ୍ଡ୍ ଅନ୍ ବଣ୍ଡ୍କ୍ତିଙ୍କ୍ ପଇସ୍ କେତ୍ତାନ୍, ‘ନାୟାଗ୍ କଞ୍ଜ୍ ଆସ୍ମାନ୍ଦାନ୍ ଉଦାର୍ ଡାବ୍କ୍ ଇମ୍ ।’" 29 ଦ୍ୱିତିୟ ସେବକ୍ ଅନ୍ ଡେକାଙ୍କ୍ ପଇସ୍ କେତ୍ତାନ୍, "ବେସ୍କ୍ ଦିନା ମାନ୍, ନିୟାଉ ସାରେ ଡାବ୍କ୍ ହିଦ୍ତାନ୍ ।" 30 "ବାତେଙ୍କ୍ ଇତ୍କେ ମୁନ୍ତନାଦ୍ ପ୍ରାର୍ତନା କେଞ୍ଜଣ୍ଡ୍, ବାତେଙ୍କ୍ ଇତ୍କେ ଉଦାର୍ ଦେହେନା ଯାକ ଅଂକିଙ୍କ୍ ଜେଲ୍ତାଗ୍ ୱାଟିତ୍ତନ୍ । 31 ଇଦ୍ ଗଟ୍ନା ଉଡ଼ି ବାଗାତଡ଼୍ ସେବକିଡ଼୍ ଗାଟି ଦାନ୍ଦେଆସ୍ ଆଞ୍ଜ୍ ବାତ୍ ଗଟେମ୍ ଆତ୍ତେ ଆଦ୍ ରାଜାଙ୍କ୍ କେସ୍ସିତ୍ତଡ଼୍ । 32 ରାଜାଲ୍ ମୁନେଙ୍କ୍ ପାଡ଼୍ୟି ମାଡ଼୍ତେନଙ୍କ୍ କାର୍ଙ୍ଗି କେତ୍ତାନ୍, ଆର୍ ଅଯୋଗ୍ୟ ଦାସନି, ନିମ୍ ପ୍ରାର୍ତନା ମାଡ଼୍ନାଙ୍କ୍ ନାନ୍ ନିୟାଉ ସାରେ ଉଦାର୍ ୱିଡ଼୍ସିତ୍ତାନ୍ । 33 ନାନ୍ ବାଲାନ୍ ନି ସେଙ୍ଗେ ଦୟା ତଅତାନ୍, ନି ସେବକିଙ୍କ୍ ମିକା ଆଦେଲେକାମ୍ ଦୟା ମାଡ଼ାନାଦ୍ ନିୟାଦ୍ ମାତ୍ତେ ।" 34 "ରାଜାଲ୍ ଗାଟି କପାମ୍ ଆସ୍ ସାରେ ଉଦାର୍ ଦେହ୍ୱେ ଯାକ ଦଣ୍ଡ୍ ଆତ୍ତାଙ୍କ୍ ଅଂକିଙ୍କ୍ ବନ୍ଦିଲନ୍ ରହସିତ୍ତନ୍ ।"
35 ଜିସୁ କେତାନାଦ୍ ତେର୍ସ୍ପାନ୍ କେତ୍ତାନ୍, "ମିଇ ବିରୁଦ୍ତେ ଦଷ୍ ମାଡ଼ିମାନ୍ଦାନ୍ ତାମୁଣ୍ଡ୍ତିଙ୍କ୍ ଜିୱୁତେ କ୍ଷମା ହିମୁଟ୍, ଆଲେକେ ନା ସ୍ୱର୍ଗତେ ବାବାଲ୍ ମିକା ମିଇ ସେଙ୍ଗେ ଇଦ୍ଲେକାମ୍ ବ୍ୟବହାର୍ ମାଡ଼ିତନ୍ ।"