ଜିସୁ ତୟାମାଡ଼ାତିଙ୍କ୍ ଅବିଶାପ୍ ହିତ୍ତନ୍
18 ତାନ୍ ମେଣ୍ଡନ୍ ଦିନ୍ ନାର୍କୁକ୍ ଜିସୁ ଯିରୁଶାଲେମ୍ ତା ଆଦାନ୍ ୱେଲେ ଗାଟି କାର୍ପୟିତେ । 19 ଆର୍ ଗାର୍ରେ ୱେରଡ଼୍ ତୟାମାଡ଼ା ମାତ୍ତେ । ଜିସୁ ମାଡ଼େତ୍ ଗାର୍ରେ ଆଞ୍ଜ୍ ଆଗେ ଅଂକିଙ୍କ୍ ୱିଡ଼୍ସି ମେଣ୍ଡେ ବାତେଏ ଉଡ଼ନ୍ । ଆଦିଙ୍କ୍ ଅଣ୍ଡ୍ ମାଡ଼େତିଙ୍କ୍ କେତ୍ତାନ୍, "ନିମ୍ ମେଣ୍ଡେ ବେସୁଙ୍କ୍ବା କାୟା ଆଦ୍ୱିନ୍ ।" ଆସୁଙ୍କ୍ ସାଙ୍ଗେ ସାଙ୍ଗେ ତୟା ମାଡ଼ା ୱାସିଆତ୍ତେ ।
20 ଶିଷ୍ୟଡ଼୍ ଆଦ୍ଉଡ଼ି ବାକ୍ୱା ଆସ୍ କେତ୍ତଡ଼୍, "ତୟା ମାଡ଼େ ହିସର୍ ଯାପେ ବେଲା ୱାସ୍ତେ ?"
21 ୨୧:୨୧ ମାତିଉ ୧୭:୨୦; ୧ କରନ୍ତିୟ ୧3:୨. ଜିସୁ ଉତ୍ତର୍ କେତ୍ତାନ୍ "ନାନ୍ ନିକିଂଙ୍କ୍ ନିଜାମ୍ କେତୁତାନ୍, ମନ୍ତାଗ୍ ଇସୁର୍ମିକା ଏର୍କା ମାଡ଼କଟ୍ ସାରେ ବିଶ୍ୱାସ୍ ମାଡ଼ାଟ୍, ନାନ୍ ଇ ତୟା ମାଡ଼େତ୍ ସେଙ୍ଗେ ବାତ୍ମାଡ଼୍ତାନ୍, ମିଡ଼୍ ମିକା ଆଲା ମାଡ଼େ ପାର୍ଦ୍ତିଡ଼୍ । ମାତର୍ ଆସର ଆୟ୍ୟ, ଇ ମେଟେ ତେଦିମିକା ସମୁଦ୍ର ତାଗ୍ ରାଲ୍ ଇଞ୍ଜ କେତ୍କେ, ଆଦ୍ମିକା ଆଦ୍ତେ । 22 ବିଶ୍ୱାସ୍ତେ ପ୍ରାର୍ତନାତାଗ୍ ବାତ୍ ତାଲ୍କିତିଡ଼୍ ଆଦ୍ ଦର୍କିତ୍ ।"