ଦଶ୍ଟାନ୍ ପିକିନ୍ ଗଟ୍
1 ୨୫:୧ ଲୁକ ୧୨:3୫. "ଆଦ୍ ସମୟ୍ତେ ସର୍ଗରାଜ୍ୟତେ ୱାଦାନାଦ୍ ହିଦ୍ ଲେକାମ୍ ଆଦ୍ତେ ।"
ଦଶ୍ଟାନ୍ ପିକି ସାର୍ତାୱ୍ ୱେରଡ଼୍ ୱେରଡ଼୍ କୁପି ଆସ୍ ବରଙ୍କ୍ କାଇଲାନ୍ ମାଡ଼ାଙ୍କ୍ ଆଞ୍ଜ୍ମାତ୍ତା । 2 ଆୱିନ୍ ଲୋପେ ଏଇଙ୍ଗ୍ ବୁଦ୍ ହିଲ୍ୱାୱ୍ ନୁ ଏଇଙ୍ଗ୍ ବୁଦ୍ ମାନ୍ଦାନାୱ୍ । 3 ବୁଦ୍ ହିଲ୍ୱେ ପିକି କୁପି ଆତ୍ତା ବାତେଙ୍କ୍ ଇତ୍କେ ଆର୍କେ ନାର୍ଗେ ନିୟ୍ ଆୟକଟ ମାତ୍ତା । 4 ବୁଦି ମାନ୍ଦାନାୱ୍ ପିକି ଆର୍କେ କୁପି ଆତ୍ତା ନୁ ବତଲ୍ତାଗେ ନାର୍ଗେ ନିୟ୍ ଆସ୍ ମାତ୍ତା । 5 ବର ୱାଦାନାଦ୍ ଲେଟ୍ ଆତ୍ତାଙ୍କ୍ ପିକି କୁଡ଼୍କି କୁଡ଼୍କି ହୁଞ୍ଜ୍ତା ।
6 ନାଡ୍ନାର୍କା ମର୍ରେ କେଞ୍ଜ୍ତା, "ହିକ୍ ଉଡ଼ାଟ୍ ବର ୱାଦୁତଣ୍ଡ୍, ୱାଡ଼ାଟ୍ ଅଡ଼୍କିଂଙ୍କ୍ କାର୍ଙ୍ଗି ତାତିତାଡ଼୍ ।" 7 ପିକି ତେଦିମେଣ୍ଡେ ନିଜେତ୍ ନିଜେତ୍ କୁପି ତିଆର୍ ମାଡ଼୍ତେ । 8 ଆସୁଟେ ବୁଦ୍ହିଲ୍ୱେ ପିକି ବୁଦ୍ ମାନ୍ଦାନାୱିଙ୍କ୍ କେତ୍ତା, "ମାକିଂଙ୍କ୍ ସୁଦୁର୍ ନିୟ୍ ହିମୁଟ୍ । ମାୟାୱ୍ କୁପି ପିୟ୍ଦୁତା ।" 9 ବୁଦ୍ମାନ୍ଦାନାୱ୍ କେତ୍ତା, "ଇଲେ, ମି ସେଙ୍ଗେ ନୁ ମା ମାଇଦିଙ୍କ୍ ନିୟ୍ ଆଲକଟ୍ ଆଦ୍ତେ । ମିଡ଼୍ ଦୁକାନ୍ତାଗେ ଆଞ୍ଜ୍ ନିଜେତ୍ ନିଜେତ୍ ମାଇଦିଙ୍କ୍ ବେସର୍ ନିୟ୍ ଆସି ତାଡ଼ାଟ୍ ।" 10 ଆଦିଙ୍କ୍ ବୁଦ୍ହିଲ୍ୱେ ପିକି ନିୟ୍ ଆସାଙ୍କ୍ ପେୟ୍ତା । ଆୱ୍ ଆତ୍ତେ ପେର୍କେ ବର ୱାସ୍ ହେୱ୍ତଣ୍ଡ୍ । ତିଆର୍ ଆଶେ ମାନ୍ଦାନ୍ ଏଇଙ୍ଗ୍ ପିକି ଅନ୍ତଡ଼୍ ପେଣ୍ଡୁଲ୍ ବଜିତାଗେ ଆଦ୍ କାପାଟ୍ ବନ୍ଦ୍ ଆତ୍ତେ ।
11 ୨୫:୧୧ ଲୁକ ୧3:୨୫. "ପେର୍କେ ବାଗାତେ ପିକି ଆଗେ ୱାତ୍ତା । ପ୍ରବୁ, କାପାଟ୍ ତେର୍ମ୍; ମାମ୍ମେ ଲୋପ୍ ଆଦ୍ତମ୍ ଇଞ୍ଜ ଆୱ୍ ମର୍ପୟ୍ତା । 12 ବର ଉତ୍ତର୍ ଇତ୍ତଣ୍ଡ୍, ‘ନାନ୍ ମିକିଂଙ୍କ୍ ସତ୍ କେତୁତାନ୍, ମିଡ଼୍ ବେନଡ଼ି, ନାନ୍ ମିକିଂଙ୍କ୍ ପୁନନ୍ ।’"
13 ଗଟ୍ କେତାନାଦ୍ ତେର୍ସ୍ପି ଜିସୁ କେତ୍ତଣ୍ଡ୍, "ସତର୍କ ମାନୁଟ୍ । ଆଦ୍ ଦିନ୍ ବା ଆଦ୍ ଦିନାମ୍ ବେନ ବା ପୁନଡ଼୍ ।"