6 ବାତେଙ୍କ୍ଇତ୍କେ ଅଣ୍ଡ୍ ସାର୍ରେ ନାରୁଡ଼୍କିଂଙ୍କ୍ ନିଜର୍ ନିଜର୍ ପାଡ଼୍ୟି ସେଙ୍ଗେ ଇନାମ୍ ଇଦ୍ତଣ୍ଡ୍; 7 ବେନଡ଼୍ ଗାଡ଼୍ସ୍ ଆସ୍ ସାୟେତ୍ ପାଡ଼୍ୟି ମାଡ଼ି ଗୌରବ୍, ସମ୍ମାନ୍ ନୁ ଅମର୍ ଆଦାନଙ୍କ୍ ଚାଏମ୍ ଆଦ୍ତଡ଼୍, ଅଡ଼୍କିଂଙ୍କ୍ ସାରେଦିନାତ୍ ଜିୱୁଣ୍ଡ୍ ଇଦ୍ତଣ୍ଡ୍, 8 ଇତ୍କେ ମେଣ୍ଡେଅଣ୍ଡ୍ ପାକେ ବେନଡ଼୍ ସ୍ୱାର୍ତପର, ମେଣ୍ଡେ ସତ୍ତିଙ୍କ୍ ପାଲନ୍ ମାଡ଼ଣ୍ଡ୍, ଅଦର୍ମ ପାଲନ୍ ମାଡ଼ିତନ୍, ଅଡ଼୍କିଂଙ୍କ୍ କପାମ୍ ନୁ ଦଂସ ଦର୍କିତ୍ ।
Publicidade