ମାହାପୂରୁତି ଗା଼ୱୁରମି ତାକି ଆଙ୍ଗାତି ଲେ଼ମ୍ବିନାୟି
12 ୬:୧୨ ୧କର ୧୦:୨୩ ଆମ୍ବାଆସି ଏଲେଇନେସି "ନାଙ୍ଗେ ବାରେ କାମା କିହାଲି ଅଦିକାରା ହୀପ୍କି ଆ଼ହାମାଞ୍ଜାନେ," ସାତା କାତା, ସାମା ବାରେ କାମା ନିଙ୍ଗେତାକି ନେହାୟି ଆ଼ଏ, ନାଙ୍ଗେ ବାରେ କାମା କିହାଲି ହେଲ ମାନେ ସାମା ନାଙ୍ଗେ ଲକ୍ହାଲି ଆମ୍ବାଆରାକି ଏଚେଲା ପାରୁ ହୀଅଁ ।