ମାହାପୂରୁ ତାକି ନୀଡିନାୟି
1 କ୍ରୀସ୍ତତି ଆଙ୍ଗା ତଲେ ଦୁକୁ କସ୍ତ ବେଟାଆ଼ହା ମାନାକି ମୀରୁ ଜିକେଏ ଏଲେକିହିଁଏ ଏ଼ୱାଣି ଲେହେଁତି ଅଣ୍ପୁ ତଲେ ଜାହାରାଇଁ ତିୟାରା କିହାକଡାଦୁ, ଏ଼ନାଆଁତାକି ଇଚିହିଁ ଆମ୍ବାଆସି କ୍ରୀସ୍ତତି ତାକି ଆଙ୍ଗାତା ଦୁକୁ କସ୍ତ ବେଟା ଆ଼ହାମାନେସି, ଏ଼ୱାସି ପା଼ପୁଟି ହେକ ଆ଼ହାମାନେସି, 2 ଏ଼ନିକିଁ ମୀରୁ ଦାର୍ତିତା ନୀଡାମାନି ପାତେକା ପା଼ପୁଗାଟି ମାଣ୍ସିତି ଲାଗେଏ ଜୂପ୍କାତି ଅଣ୍ପୁ ତଲେ ନୀଡାଆନା ମାହାପୂରୁତି ଅଣ୍ପୁ ଲେହେଁ ନୀଡାଦୁ । 3 ହା଼ରେକା ଦିନା ମୀରୁ ନାମାଆଗାଟାରି ଇଚା ତଲେ କାମା କିହାଁ ମୀରୁ ଏଚେ କା଼ଲା ଲାଗେଏ ପ଼ଲେଏ କାମାତା, ଲାଗେଏତି ଜୂପ୍କା, କା଼ଡ଼ୁ ବୂତୁ ଆ଼ନାୟି, କା଼ଡ଼ୁ ଗସାହାଁ ରା଼ହାଁ କିନାୟି, କା଼ଡ଼ୁ ଗସାହାଁ ହ଼ଚିନାୟି, ଇଞ୍ଜାଁ ଅ଼ପାଆଗାଟି ପେ଼ଣ୍କା ବମାୟାଁଣି ପୂଜା କିହିମାଚେରି, 4 ମୀରୁ ନୀଏଁ ଏ଼ୱାରିତଲେ ଏ଼ ବାରେ ଲାଗେଏ ପ଼ଲେଏ କାମାତା ରା଼ହାଁତଲେ ଆଣ୍ତିହିଲଅତେରି, ଏ଼ଦାଆଁତାକି ଏ଼ୱାରି ଆଡାଜାକା ଆ଼ହାଁ ମିଙ୍ଗେ ହା଼ରେକା ନିନ୍ଦା କିୟାନେରି । 5 ସାମା ଆମିନି ମାହାପୂରୁ ନୀଡାମାନାରାଇଁ ଅ଼ଡ଼େ ହା଼ତାରାଇଁ ନୀହାଁୟି କିହାଲି ହାଜିମାନେସି, ଏ଼ ମାହାପୂରୁ ନ଼କିତା ଏ଼ୱାରି ତାମି ବାରେ କିତି କାମାତି ଲେକା ହୀନାୟି ମାନେ ।