କୁଲମିତି କାଜାରି
1 ଈ କାତା ସାତା, ଆମ୍ବାଆସି କ୍ରୀସ୍ତାନା କୁଲମିତା ଜାତ୍ନୁ କିନି ପା଼ଣା ବେଟାଆ଼ହାଲି ଅଣ୍ପିମାଚିସାରେ, ଏ଼ୱାସି ନେହିଁ କାମା କିଇଁ ଇଞ୍ଜିଁ ଅଣ୍ପିନେସି । 2 ଈଦାଆଁତାକି କୁଲମିତି କାଜାସି ଦ଼ହ ହିଲାଆଗାଟାସି ଆ଼ନାୟି ମାନେ, ରଣ୍ତିଏ ଡକ୍ରିନି ଡକ୍ରା, ଟିକାଣାତାସି, ନେହିଁ ଅଣ୍ପୁ ଗାଟାସି, ପୁନାଆତି ଗତାୟାଁଣି ସେ଼ବା କିନାସି, ଅ଼ଡ଼େ ନେହିକିଁ ଜା଼ପ୍ନାସି ଆ଼ନାୟି ମାନେ । 3 ଅ଼ଡ଼େ କା଼ଡ଼ୁ ଗହ୍ନାସି କି ଗଡ଼୍ହା କିନାସି ଆ଼ଆନା, ସୁଦୁ ସୁୱାଲା, କ଼ପା ଇଟାଆଗାଟାସି, ଅ଼ଡ଼େ ଦ଼ନ ଜୂପ୍କା ଗାଟାସି ଆ଼ଆୟି ମାନେ, 4 ଏ଼ୱାସି ତାନି ଇଲୁ କୁଟମିତି ନେହିକିଁ ସା଼ଲୱି କିନାସି, ଅ଼ଡ଼େ କକାରି ପ଼ଦାଁଣି ତୀର୍ପୁତଲେ ଜାତ୍ନୁ କିନାୟିମାନେ । 5 ଆମ୍ବାଆସି ତାନି ଇଲୁ କୁଟମିତି ନେହିକିଁ ଜାତ୍ନୁ କିହାଲି ଆ଼ଡଅସି, ଏ଼ୱାସି ଏ଼ନିକିଁ ମାହାପୂରୁ କୁଲମିତି ଜାତ୍ନୁ କିନେସି ? 6 ଏ଼ୱାସି ପୁଃନି ନାମିତାସି ଆ଼ଆୟି ମାନେ, ଇଚିହିଁ ଏଚେ଼ତା ପାଟେ ନା଼ନୁ କାଜାତେଏଁ ଇଞ୍ଜିଁ ବଡପଣ ଆ଼ହାଁ, ସୟତାନ ଡଣ୍ତ ପା଼ଣ୍ନିଲେହେଁ ଡଣ୍ତ ବେଟା ଆ଼ନେସି । 7 ଅ଼ଡ଼େ ଏ଼ୱାସି ନାମାଆଗାଟାରି ତା଼ଣାଟି ଜିକେଏ ମା଼ନି ବେଟାଆ଼ନାୟି ମାନେ, ଆ଼ଆତିଁ ଲାଜା ବେଟାଆ଼ହାଁ ସୟତାନ ପା଼ନ୍ଦାତା ହେର୍ନେସି ।