8 ମା଼ମ୍ବୁ ବାରେଲେହେଁତି ଦୁକୁ କସ୍ତ ବେଟାଆ଼ହାମାନମି, ସାମା ମା଼ମ୍ବୁ ସୁଣ୍ତ୍କି ଆ଼ହି ହିଲଅମି । ଏଚେ ଏଚେଲା ଆଡାଜାକା ଆ଼ତି ଜିକେଏ ନୀରାସା ଆ଼ହାହିଲଅମି । 9 ମା଼ମ୍ବୁ ସା଼ସ୍ତି ବେଟା ଆ଼ହିମାନମି ସାମା ମାହାପୂରୁ ମାଙ୍ଗେ ଏଚେଲା ପିସାମାଞ୍ଜଅସି । ଏଚେ ଏଚେକା ମା଼ଡା ବେଟାଆ଼ହି ମାନମି ସାମା ନା଼ସା ଆ଼ହାହିଲଅମି ।
Publicidade