13 ଆ଼ବା ଏ଼ନିକିଁ ମୀର୍ଏଣା ତା଼ଣା ଗା଼ୱୁରମି ଆ଼ନେସି, ଏ଼ଦାଆଁତାକି ମୀରୁ ନା଼ ଦ଼ରୁଟି ଏ଼ନାଆଁ ରୀହ୍ଦେରି, ଏ଼ ବାରେ ନା଼ନୁ ହିୟାଇଁ । 14 ମୀରୁ ନା଼ ଦ଼ରୁଟି ଏ଼ନାଆଁ ନାଙ୍ଗେ ରୀସ୍ତାଦେରି, ନା଼ନୁ ମିଙ୍ଗେ ଏ଼ ବାରେ ହିୟାଇଁ ।"
ସୁଦୁଜୀୱୁତି ହୀହାଲି ଆ଼ଞ୍ଜିନାୟି
15 "ମୀରୁ ନାଙ୍ଗେ ଜୀୱୁନ଼ହିଁ ମାଞ୍ଜାଦେରି, ଆତିହିଁ ନା଼ ହୁକୁମି ମା଼ନୱି ଆ଼ଦୁ । 16 ଅ଼ଡ଼େ ନା଼ନୁ ନା଼ ଆ଼ବାଇଁ ବାତିମା଼ଲିଇଁ, ଅ଼ଡ଼େ ମୀ ତଲେ କା଼ଲେଏ ଡ଼ୟାଲି ତାକି ଏ଼ୱାସି ମିଙ୍ଗେ ଅ଼ଡ଼େ ର଼ ସା଼ୟେମି କିନାଣାଇଁ,