16 ଅ଼ଡ଼େ ନା଼ନୁ ନା଼ ଆ଼ବାଇଁ ବାତିମା଼ଲିଇଁ, ଅ଼ଡ଼େ ମୀ ତଲେ କା଼ଲେଏ ଡ଼ୟାଲି ତାକି ଏ଼ୱାସି ମିଙ୍ଗେ ଅ଼ଡ଼େ ର଼ ସା଼ୟେମି କିନାଣାଇଁ, 17 ଇଚିହିଁ ଏ଼ ସାତା ଜୀୱୁତି ହିୟାନେସି । ଦାର୍ତି ଏ଼ଦାଣି ଆବାଲି ଆ଼ଡେଏ, ଇଚିହିଁ ଦାର୍ତି ଏ଼ଦାଣି ମେସା ହିଲେଏ କି ପୁଞ୍ଜା ହିଲେଏ; ମୀରୁ ଏ଼ଦାଣି ପୁଞ୍ଜାମାଞ୍ଜେରି, ଇଚିହିଁ ଏ଼ଦି ମୀ ତଲେ ମାନେ, ଅ଼ଡ଼େ ଏ଼ଦି ମୀ ହିୟାଁତା ଡ଼ୟିନେ ।"
18 "ନା଼ନୁ ମିଙ୍ଗେ କାର୍ମା କିହା ହାଜଅଁ, ନା଼ନୁ ମୀ ତା଼ଣା ୱେଣ୍ତା ୱା଼ଇଁ ।