ଜୀସୁ ଜିରୁସାଲମତା ହାନାୟି
13 ଏଚିବେ଼ଲାତା ଜୀହୁଦିଙ୍ଗା ପିସ୍ପିଆ଼ନି ପାର୍ବୁ ଡାଗେ ଆ଼ହାମାଚେ, ଅ଼ଡ଼େ ଜୀସୁ ଜିରୁସାଲମତା ହାଚେସି । 14 ଏମ୍ବାଆଁ ଜୀସୁ ମେସ୍ତେସି, ମାହାପୂରୁ ଇଲୁ ବିତ୍ରା ଲ଼କୁ କ଼ଡିୟାଁ ମେ଼ଣ୍ତାୟାଁ ଅ଼ଡ଼େ ପଟାୟାଁ ବେ଼ବାରା କିନାରି ଅ଼ଡ଼େ ଡାବୁୟାଁ ବେ଼ବାରା କିନାରି କୁଗାମାଚେରି; 15 ଏମ୍ବାଟିଏ ଜୀସୁ ଡ:ରିତି ସା଼ଟ୍ଣି କେ଼ପାହାଁ କ଼ଡିୟାଁ, ମେ଼ଣ୍ତାୟାଁ ମାହାପୂରୁ ଇଲୁଟି ପାଙ୍ଗାତା ପେ଼ର୍ହା ପାଣ୍ତାହାଁ ଟାକାୟାଁ ବେ଼ବାରା ଗାଟାରି କୁର୍ଚିୟାଁ ତିରିମ୍ଣିପ୍ହାନା ଟାକାୟାଁ ବାରେ ଡ଼ାଞ୍ଜିତେସି । 16 ପଟାୟାଁ ବେ଼ବାରା ଗାଟାରାଇଁ ଏଲେଇଚେସି, "ଈ ବାରେତି ଇମ୍ବାଟି ଅ଼ହାତ୍ହୁଦୁ, ନା଼ ଆ଼ବା ଇଲୁତି ବେ଼ବାରା ଇଲୁ କିଆଦୁ ।" 17 ଈଦାଆଁ ମେସାହାଁ ସା଼ସ୍ତେରିତା ରା଼ସ୍କି ଆ଼ହାମାନି ର଼ କାତା ସୀସୁୟାଁ ମ଼ନତା ୱା଼ତେ, "ନୀ ଇଲୁତାକି ନା଼ ରା଼ହାଁ ନାଙ୍ଗେ ହା଼ରେକା ନା଼ସା କିୟାନେ ।"